ଭୁବନେଶ୍ବର: ପୁଣି ଥରେ ବିବାହ କରିଛନ୍ତି ଓଲିଉଡ ଅଭିନେତା ମନୋଜ ମିଶ୍ର। ପ୍ରେମିକା ତଥା ଅଭିନେତ୍ରୀ ମମତା ନନ୍ଦଙ୍କୁ ବିବାହ କରିଛନ୍ତି ଅଭିନେତା। ଅଭିନେତାରୁ ନେତା ପାଲଟିଥିବା ମନୋଜ ମିଶ୍ର ପୁଣି ଚର୍ଚ୍ଚାରେ ରହିଛନ୍ତି । ଏଥର ବୃତ୍ତିଗତ କାରଣରୁ ନୁହେଁ ବରଂ ବ୍ୟକ୍ତିଗତ କାରଣରୁ ଶିରୋନାମାରେ ରହିଛନ୍ତି ଅଭିନେତା।
ମନୋଜ ମିଶ୍ର ବର୍ତ୍ତମାନ ଦ୍ୱିତୀୟ ବିବାହ କରିଛନ୍ତି। ସେ ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ମମତା ନନ୍ଦଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି। ଉଭୟ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ଯାହା ଏବେ ଖୁବ ଭାଇରାଲ ହେଉଥିବା ବେଳେ ଉଭୟଙ୍କୁ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କୁ ଶୁଭକାମନା ଜଣାଇଛନ୍ତି। ମନୋଜ ମିଶ୍ର ଅଭିନେତ୍ରୀ ମମତା ନନ୍ଦଙ୍କୁ ଦୀର୍ଘ ଦିନରୁ ଡେଟ୍ କରିଆସୁଥିଲେ। ଯାହାକୁ ନେଇ ଓଲିଉଡ ଜଗତରେ ଚର୍ଚ୍ଚା ଜୋର ଧରିଥିଲା। ଏହା ପରେ ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ କୋର୍ଟ ମ୍ୟାରେଜ କରିଥିବା ବେଳେ ସୋସିଆଲ ମିଡିଆରେ ବିବାହକୁ ସୁନିଶ୍ଚିତ କରିଛନ୍ତି।
ପ୍ରମୁଖ ଖବର
କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ