ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ

0

ଭୁବନେଶ୍ବର: ବଜ୍ରପାତ ଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ ବୋଲି ଗୁରୁବାର ବିଧାନସଭା ପ୍ରଶ୍ନକାଳ ସମୟରେ ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି।

ରାଜସ୍ବ ମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷରେ ଓଡ଼ିଶାରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତରପ୍ରଦେଶ ବଡ଼ ରାଜ୍ୟ ହୋଇ ବି ୫ ବର୍ଷରେ ଯାଇଛି ମାତ୍ର ୫୪୨ ଜୀବନ। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱରରେ ବଜ୍ରପାତ ମୃତ୍ୟୁସଂଖ୍ୟା ଅଧିକ। ୫ ବର୍ଷରେ ଝାରସୁଗୁଡ଼ାରେ ସର୍ବାଧିକ ୭୨ ଓ ବଲାଙ୍ଗୀରରେ ୫୫ ଜଣଙ୍କ ମୃତ୍ୟୁ ଘଟିଛି। ଗବେଷଣା କହୁଛି, ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି। ଖଣିଜ ପଦାର୍ଥ ହେଉଛି ବିଦ୍ୟୁତ୍‌ ସୁପରିବାହୀ। ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ଆକଳନ ପାଇଁ ଜ୍ଞାନକୌଶଳ ଆସି ନାହିଁ।

Leave A Reply

Your email address will not be published.