ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସମ୍ପୂର୍ଣ୍ଣ କୋଲକାତା ସହର ହେଲା ଅନ୍ଧାର

0

ପଶ୍ଚିମବଙ୍ଗ: ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କୋଲକାତା ସହର ହେଲା ଅନ୍ଧାର। ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ବୁଧବାର ରାତି ସମ୍ପୂର୍ଣ୍ଣ କୋଲକାତା ସହର ଅନ୍ଧାର କରାଯାଇଥିଲା। ଗତକାଲି ରାତି ୯ଟାରୁ ୧୦ ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ହଜାର ହଜାର ସଂଖ୍ୟାରେ ମହିଳା ରାଜରାସ୍ତାକୁ ଓହ୍ଲାଇ କ୍ୟାଣ୍ଡେଲ ରାଲି କରିଥିଲେ। କୋଲକାତାର ଆର୍‌.ଜି କାଣ୍ଡ ପ୍ରାୟ ଏକ ମାସ ବିତିଗଲାଣି, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଠୋସ ତଥ୍ୟ ପ୍ରକାଶ କରାଯାଇ ନାହିଁ।

ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ୧ ଘଣ୍ଟା ଅନ୍ଧାର ହୋଇଥିଲା କୋଲକତା ସହର। ସାରା ରାତି ହେଲା ବିକ୍ଷୋଭ ପ୍ରଦର୍ଶନ। ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଦ୍ୱିତୀୟ “ରିକ୍ଲେମ ଦ ନାଇଟ୍” ଜନ ଆନ୍ଦୋଳନରେ ଅଂଶଗ୍ରହଣ କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ମହିଳା। କୋଲକାତାର ମୁଖ୍ୟରାସ୍ତାରେ ମାନବ ଶୃଙ୍ଖଳା ସୃଷ୍ଟି କରିବା ସହ ହାତରେ ବିଭିନ୍ନ ସ୍ଲୋଗାନ ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି ସମାଜର ବିଭିନ୍ନ ବର୍ଗର ମହିଳା। ପ୍ରଦର୍ଶନକାରୀମାନେ ଶାନ୍ତିପୂର୍ଣ୍ଣ ବିରୋଧ କରିବା ସହ ‘ଆଲୋକ ହେଉ, ନ୍ୟାୟ ହେଉ’ ନାମକ ଏକ ବାର୍ତ୍ତା ଦେଇଥିଲେ।

ବିକ୍ଷୋଭକାରୀ ଡାକ୍ତରମାନେ ଦୀପ ପ୍ରଜ୍ୱଳନ ପାଇଁ ଆହ୍ବାନ ଦେଇଥିବା ବେଳେ ରାଜ୍ୟବ୍ୟାପୀ ପଦଯାତ୍ରା ସମୟରେ ପ୍ରଦର୍ଶନକାରୀମାନେ ଟର୍ଚ୍ଚ ଜଳାଥିଲେ ଏବଂ ମହମବତୀ ଧରିଥିଲେ। ଏହି ମାମଲାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ଆନ୍ଦୋଳନ ଜାରି ରହିଛି । ଅନ୍ୟପଟେ ପୀଡିତାଙ୍କ ମାତାପିତା ପୋଲିସର ମନୋଭାବକୁ ନେଇ ପ୍ରଥମ ଥର ଖୋଲାଖୋଲି ଭାବେ ନିଜ କଥା ପ୍ରକାଶ କରିଛନ୍ତି। ପୀଡିତାଙ୍କ ମାତାପିତା କହିଛନ୍ତି ଯେ କୋଲକାତା ପୋଲିସର ଡିସି ନର୍ଥ ସେମାନଙ୍କୁ ଟଙ୍କା ଦେବାକୁ ଚେଷ୍ଟା କରିଥିଲେ। ଘଟଣାକୁ ଚପେଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏଥିରେ ସହମତି ହୋଇନଥିଲେ ପୀଡିତାଙ୍କ ବାପା-ମାଆ।

Leave A Reply

Your email address will not be published.