ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୬ ମାଓବାଦୀ ମୃତ

0

ତେଲେଙ୍ଗାନା: ତେଲେଙ୍ଗାନାରେ ୬ ମାଓବାଦୀଙ୍କୁ ମାରିଛନ୍ତି ସୁରକ୍ଷାକର୍ମୀ। ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୬ ମାଓବାଦୀ ନିହତ ହୋଇଛନ୍ତି। କୋଥଗୁଡେମ ଜିଲା ନୀଳାଦ୍ରିପେଟ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଏନ୍‌କାଉଣ୍ଟର କରିଥିଲେ। ମାଓବାଦୀମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଫଳରେ ୨ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି।
ତେଲେଙ୍ଗାନା କୋଥଗୁଡେମ୍‌ ଜିଲ୍ଲା ନୀଳାଦ୍ରିପେଟ୍‌ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଏନ୍‌କାଉଣ୍ଟରରେ ୬ ମାଓ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଆହତ ହୋଇଛି। ଏଥିସହିତ ମାଓବାଦୀଙ୍କ ପାଲଟା ଗୁଳିରେ ୨ ସୁରକ୍ଷାକର୍ମୀ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯିବା ବେଳେ ଆହୁରି ମାଓବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ତେବେ ଛତିଶଗଡ ସୁରକ୍ଷାକର୍ମୀ ୯ ଜଣ ମାଓବାଦୀଙ୍କୁ ନିହତ କରିବାର ୨ ଦିନ ପରେ ଆଜି ଏହି ଘଟଣା ଘଟିଛି । ସେମାନଙ୍କ ଭିତରେ ୬ ଜଣ ମହିଳା ମଧ୍ୟ ଥିଲେ। ବିଜାପୁର ଦନ୍ତେୱାଡା ରେ ବିଭିନ୍ନ ଡିଭିଜନ ରେ ମାଇଁଙ୍କ ଉପସ୍ଥିତି ଥିବା ସନ୍ଦେହ ରେ ସର୍ଚ୍ଚ ଅପରେସନ ଜାରି କରିଥିଲେ ସୁରକ୍ଷାକର୍ମୀ।

Leave A Reply

Your email address will not be published.