ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୬ ମାଓବାଦୀ ମୃତ

0

ତେଲେଙ୍ଗାନା: ତେଲେଙ୍ଗାନାରେ ୬ ମାଓବାଦୀଙ୍କୁ ମାରିଛନ୍ତି ସୁରକ୍ଷାକର୍ମୀ। ତେଲେଙ୍ଗାନାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ୬ ମାଓବାଦୀ ନିହତ ହୋଇଛନ୍ତି। କୋଥଗୁଡେମ ଜିଲା ନୀଳାଦ୍ରିପେଟ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଏନ୍‌କାଉଣ୍ଟର କରିଥିଲେ। ମାଓବାଦୀମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଫଳରେ ୨ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି।
ତେଲେଙ୍ଗାନା କୋଥଗୁଡେମ୍‌ ଜିଲ୍ଲା ନୀଳାଦ୍ରିପେଟ୍‌ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଏନ୍‌କାଉଣ୍ଟରରେ ୬ ମାଓ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଆହତ ହୋଇଛି। ଏଥିସହିତ ମାଓବାଦୀଙ୍କ ପାଲଟା ଗୁଳିରେ ୨ ସୁରକ୍ଷାକର୍ମୀ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯିବା ବେଳେ ଆହୁରି ମାଓବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ତେବେ ଛତିଶଗଡ ସୁରକ୍ଷାକର୍ମୀ ୯ ଜଣ ମାଓବାଦୀଙ୍କୁ ନିହତ କରିବାର ୨ ଦିନ ପରେ ଆଜି ଏହି ଘଟଣା ଘଟିଛି । ସେମାନଙ୍କ ଭିତରେ ୬ ଜଣ ମହିଳା ମଧ୍ୟ ଥିଲେ। ବିଜାପୁର ଦନ୍ତେୱାଡା ରେ ବିଭିନ୍ନ ଡିଭିଜନ ରେ ମାଇଁଙ୍କ ଉପସ୍ଥିତି ଥିବା ସନ୍ଦେହ ରେ ସର୍ଚ୍ଚ ଅପରେସନ ଜାରି କରିଥିଲେ ସୁରକ୍ଷାକର୍ମୀ।

Leave A Reply

Your email address will not be published.