ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ

0

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ। ଏନେଇ ନିର୍ଦ୍ଦେଶନାମା ଜାରି କଲା ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ।

ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଗସ୍ତ ସମୟରେ ଜିଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବା ସହ ପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ ବି କରିବେ।

ଦିନକୁ ଅତିକମ୍‌ରେ ଥରେ କୌଣସି ଆହାର କେନ୍ଦ୍ର, ଅନୁସୂଚିତ ଜାତି/ଜନଜାତି ଛାତ୍ରାବାସ, ସ୍କୁଲକୁ ଯାଇ ମଧ୍ୟାହ୍ନଭୋଜନ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରିବା ସହ ଭୋଜନ କରିବେ। କୌଣସି ଏକ ମେଡିକାଲକୁ ଯାଇ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟସେବା ବିଷୟରେ ପଚାରି ବୁଝିବେ। ଏଥିସହିତ ଅଙ୍ଗନଓ୍ବାଡ଼ି ହିତାଧିକାରୀଙ୍କ ସହ ଆଲୋଚନା କରିବେ। ବିଦ୍ୟାଳୟର ଛାତ୍ରୀ ନିବାସ ଯାଇ ବାଳିକାମାନଙ୍କ ସହ କଥା ହୋଇ ସେମାନଙ୍କର ମତାମତ ନେବେ। ୮ଟି ଡିଏମ୍‌ଏଫ୍‌ ଜିଲା ଗସ୍ତ କରି ସେଠାରେ ଡିଏମ୍‌ଏଫ ପାଣ୍ଠିର ବିନିଯୋଗ ବାବଦରେ ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ସରିବା ପରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଜିଲାପାଳ ଓ ସବୁ ଜିଲା ଅଧିକାରୀଙ୍କ ସହ ଅତିକମ୍‌ରେ ଦିନର ଅଧା ଆଲୋଚନା କରିବେ। ଜିଲାରେ ଥିବା ବନ୍ଦର, ବିମାନ ବନ୍ଦର, ଶିଳ୍ପ , ପାର୍କ ଓ ମେଡିକାଲ କଲେଜ, ବୃହତ ଜଳସେଚନ ପ୍ରକଳ୍ପଗୁଡ଼ିକ ସମୀକ୍ଷା କରିବା ସହ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ପ୍ରକଳ୍ପଗୁଡ଼ିକର ବି ସମୀକ୍ଷା କରିବେ।

Leave A Reply

Your email address will not be published.