ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବିଜେପିରେ ମିଶିଲେ ସୁଜିତ କୁମାର

0

ଭୁବନେଶ୍ବର: ମମତା ମହନ୍ତଙ୍କ ପରେ ବିଜେଡି ଏମ୍‌ପି ଥିବା ସୁଜିତ୍‌ ଶୁକ୍ରବାର ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ। ବିଜେଡି ଏମ୍‌ପି ଥିବା ସୁଜିତ୍‌ ଶୁକ୍ରବାର ଏମ୍‌ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଥିଲା।

ତେବେ ଏମ୍‌ପି ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ବିଜେଡିରୁ ବହିଷ୍କାର ପରେ ଭାଜପା ଅଫିସରେ ପହଞ୍ଚିଥିଲେ ସୁଜିତ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ପହଞ୍ଚିଥିଲେ। ଅଳ୍ପ କେଇଟା ସମୟ ପରେ ସୁଜିତ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ରାଜ୍ୟ ସଭା ଚେୟାରମ୍ୟାନଙ୍କୁ ଇସ୍ତଫା ପତ୍ର ପଠାଇବାର କିଛି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର ହୋଇଥିବା ସୂଚନା ମିଳିଛି। ବିଜେଡିରୁ ରାଜ୍ୟ ସଭା ଏମ୍‌ପି ଥିଲେ ସୁଜିତ। ତାଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା। ହେଲେ ଏହା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.