ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍

0

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର ଅଫିସ ସହ ଭୁବନେଶ୍ବରରେ ଏକକାଳୀନ ରେଡ୍ ଚାଲିଛି। ଭୁବନେଶ୍ୱରରୁ ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ାଉ ଜାରି ରହିଛି। କେନ୍ଦୁଝର ଅଫିସ୍ , ବାସଭବନ , ଭଦ୍ରକ ପୈତୃକ ଭବନ , ଭୁବନେଶ୍ୱର ଲକ୍ଷ୍ମୀ ସାଗର ନିଜ ଘର ଓ ଶ୍ୱଶୁର ଘର ଜାଗମରାରେ ଥିବା ଘର ସହ ଏକକାଳୀନ ୭ ଟି ସ୍ଥାନରେ ଚଢାଉ ଜାରି ରହିଛି।

ପୂର୍ବତନ ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ଭାବେ ସେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବରୁ ସତ୍ୟପ୍ରକାଶଙ୍କର ଟ୍ରାନସଫର ହୋଇଥିଲା । ତାଙ୍କର ଭୁବନେଶ୍ୱର ଝାରପଡା ଜେଲ ପାଖରେ ଥିବା ସରକାରୀ କ୍ବାଟର ସମେତ ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଜାରି ରହିଛି। ମୋଟ ୭ଟି ସ୍ଥାନରେ ରେଡ ଜାରି ରହିଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା‌ ଦିଆଯାଇଛି। ଭିଜିଲାନ୍ସର ୧୨ ଜଣ ଡିଏସପି ଓ ୧୧ ଇନସ୍ପେକ୍ଟରଙ୍କ ସହ ଏସଆଇ ଓ ଏଏସଆଇ ଏହି ଚଢାଉରେ ସାମିଲ ଅଛନ୍ତି।

Leave A Reply

Your email address will not be published.