ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ସ୍କୁଲ

0

କଟକ: ଗଣେଶ ପୂଜାରେ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ଘୋଷଣା। ଏଣିକି ସ୍କୁଲ ଦେବ ଯୁକ୍ତ ଦୁଇ ନାମଲେଖା ପାଇଁ ସାମ୍ସରେ ଛାତ୍ରଛାତ୍ରୀଙ୍କ ତଥ୍ୟ। ନବମରେ ପଢିଥିବା ପିଲାମାନଙ୍କ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ରହିଛି। ବାପା, ମାଆଙ୍କ ନାଁ, ଜନ୍ମ ତାରିଖ ପରି ତଥ୍ୟ ପୋର୍ଟାଲରେ ଅପଲୋଡ଼ ହେବ । ଦଶମ ପରୀକ୍ଷାରେ ଏହି ତଥ୍ୟ ପୁଣି ରହିବ।

ସାର୍ଟିଫିକେଟ ପାଇବା ସମୟରେ ଏହି ସମୟରେ ତଥ୍ୟ ସବୁ ସାମ୍ସକୁ ସ୍କୁଲ ଦେବ। ଯାହା ଜୁକ୍ତ ଦୁଇ କଲେଜ ନାମଲେଖା ପାଇଁ ସୁବିଧା ହେବ ଏଥିପାଇଁ ନବମରୁ ହିଁ ଛାତ୍ରଛାତ୍ରୀମାନଙ୍କୁ ସବୁ ଠିକ ତଥ୍ୟ ଦେବାକୁ ପଡିବ। ହେଲେ ଭୁଲ ତଥ୍ୟ ଠିକ କରିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ। ସ୍କୁଲର ପ୍ରଧାନ ଶିକ୍ଷକ ଏହାକୁ ଯାଞ୍ଚ କରିବେ। ସିବିଏସଏଇ ଓ ଆଇସିଏସଇ ଯୁକ୍ତ ଦୁଇ ପାଇଁ ଵି ଏହି ତଥ୍ୟ ଦିଆଯିବ । ପ୍ରତି ବର୍ଷ ପାଖାପାଖି ୬ ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି।

ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ଯେ, ବୋର୍ଡର ପଦକ୍ଷେପକୁ ଆମେ ଚେଷ୍ଟା କରିବୁ ଯୁକ୍ତ ଦୁଇରେ କିପରି ନିର୍ଭୁଲ ଭାବେ ନାମଲେଖା ହୋଇ ପାରିବ। ଏହାକୁ କାର୍ଯ୍ୟକାରୀ କରିବାକୁ ବୋର୍ଡ ଓ ସାମ୍ସ ସହ ଆଲୋଚନା କରିବ ସିଏଚଏସଇ। ପିଲାମାନେ ରୁଚି ଓ ମାର୍କ ଆଧାରରେ ଷ୍ଟ୍ରିମ ନେଉଛନ୍ତି। ସାମ୍ସକୁ ବୋର୍ଡ ପିଲାମାନଙ୍କ ଯେଉଁ ଅନନ୍ୟ ଆଇଡି ବା ନମ୍ବର ଦେବ, ତାହା ପଞ୍ଜିକରଣ ଓ ନାମଲେଖା ଭଲ ଭାବେ ହୋଇ ପାରିବ ବୋଲି ଶିକ୍ଷା ବୋର୍ଡର ସଭାପତି କହିଛନ୍ତି।

Leave A Reply

Your email address will not be published.