ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଅବପାତ, ପ୍ରବଳ ବର୍ଷିବ

0

ଭୁବନେଶ୍ବର: ଆଜି ସକାଳେ ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଅବପାତ ରେ ପରିଣତ ହୋଇଛି ସଦୃଶ ଲଘୁଚାପ କ୍ଷେତ୍ର। ଏହି ଅବପାତ ଏବେ ଉତ୍ତର – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହେଉଛି। ବର୍ତମାନ ସିଷ୍ଟମ୍ ଟି ଗୋପାଳପୁର ଠାରୁ ପୂର୍ବ- ଦକ୍ଷିଣ ପୂର୍ବ ଦିଗରେ ୨୩୦କିମି ଓ ପରାଦୀପ ଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦କିମି ଦୂରତା ରେ କେନ୍ଦ୍ରୀଭୂତ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଗଭୀର ଅବପାତ ର ରୂପ ନେବାର ସମ୍ଭାବନା ରହିଛି। ଏହାପରେ ଏହି ସିଷ୍ଟମ୍ ଟି ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ୦୯ ତାରିଖ ସନ୍ଧ୍ୟା ପରେ ଓ ପୁରୀ ଠାରୁ ଦୀଘା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶା ଦେଇ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା କାଲି ଅର୍ଥାତ୍ ୯ ତାରିଖ ରେ ରାଜ୍ୟ ର ଅନେକ ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢ଼େଙ୍କାନାଳ ଜିଲ୍ଲା ର ଅନେକ ଅଞ୍ଚଳ ରେ ପ୍ରବଳ ବର୍ଷା ସହ କିଛି ଅଞ୍ଚଳ ରେ ଅତି ପ୍ରବଳ ବର୍ଷା (୨୦ ସେମି ରୁ ଅଧିକ ) ବର୍ଷା ସମ୍ଭାବନା ରହିଛି।

ସେହିପରି କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, ଅନୁଗୋଳ, ନୟାଗଡ଼, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ବୌଦ୍ଧ, ସମ୍ବଲପୁର ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୦ ତାରିଖ ରେ ଉତ୍ତର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସିଷ୍ଟମ୍ ପ୍ରଭାବ ରେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ ଓ ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୪୫-୫୫କିମି ଓ ସର୍ବାଧିକ ୬୫କିମି ରହିପାରେ। ସାର୍ଥକ ମିଶ୍ର

Leave A Reply

Your email address will not be published.