ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ତୁହିନକାନ୍ତ ପାଣ୍ଡେ ହେଲେ କେନ୍ଦ୍ର ଅର୍ଥ ସଚିବ

0

ଭୁବନେଶ୍ବର: ତୁହିନକାନ୍ତ ପାଣ୍ଡେ ହେଲେ କେନ୍ଦ୍ର ଅର୍ଥ ସଚିବ। ଟି ଭି ସୋମନାଥନଙ୍କ ସ୍ଥାନରେ ତୁହିନକାନ୍ତଙ୍କୁ ମିଳିଲା ବଡ ଦାୟିତ୍ୱ। ୧୯୮୭ ବ୍ୟାଚର ଆଇଏଏସ ଅଫିସର ତୁହିନକାନ୍ତ ପାଣ୍ଡେ। ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ତୁହିନକାନ୍ତ କାମ କରିଛନ୍ତି।

୨୦୧୯ ଅକ୍ଟୋବରରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଇନଭେଷ୍ଟମେଣ୍ଟ ଆଣ୍ଡ୍ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ଅଛନ୍ତି ତୁହିନକାନ୍ତ। ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇବା ପୂର୍ବରୁ ସେ ଓଡ଼ିଶା ଷ୍ଟେଟ୍ ଫାଇନାନ୍ସ କର୍ପୋରେସନର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଏମଡି ଏବଂ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ଵ ତୁଲାଇଥିଲେ। ପ୍ଲାନିଂ କମିଶନ ଯୁଗ୍ମ ସଚିବ ଭାବେ ମଧ୍ୟ ଦାଇତ୍ୱ ତୁଲାଇଛନ୍ତି ତୁହିନକାନ୍ତ।

Leave A Reply

Your email address will not be published.