ପ୍ରମୁଖ ଖବର

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ
କଟକରେ ଗୁଳିକାଣ୍ଡ: ଯୁବକ ମୃତ୍ୟୁ

ଆଇସିୟୁରେ ସୀତାରାମ ୟେଚୁରୀ

0

ନୂଆଦିଲ୍ଲୀ: ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କିଛି ଦିନ ପୂର୍ବରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ନିଃଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଏକ ଟିମ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ପ୍ରକାଶିତ ବିବୃତ୍ତିରେ କୁହାଯାଇଛି ଯେ, ୭୨ ବର୍ଷୀୟ ସିପିଆଇ-ଏମ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ଶ୍ୱାସକ୍ରିୟାରେ ସଂକ୍ରମଣ ହୋଇଛି। ଏହାହାର ଚିକିତ୍ସା କରାଯାଉଛି। ଡାକ୍ତରଙ୍କ ଏକ ଟିମ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏହି ସମୟରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଅଗଷ୍ଟ ୧୯ରେ, ଛାତି ସଂକ୍ରମଣ ପରେ ତାଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.