ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା

0

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପାଙ୍କ ସନ୍ଦେହଜନକ ମୃତ୍ୟୁ। ୬ ତାଲା ବିଲ୍ଡିଂ ଛାତରୁ ଡେଇଁ ମଲାଇକାଙ୍କ ବାପା ଅନିଲ ଅରୋରାଙ୍କ ମୃତ୍ୟୁ। ତେବେ ଛାତ ଉପରୁ ଡେଇଁ ଅନିଲ୍ ଅରୋରା ଆତ୍ମହତ୍ୟ କରିଥିବା ଚର୍ଚ୍ଚା।
ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା ଅନିଲ ଅରୋରା। ବୁଧବାର ଦିନ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଅନିଲ। ସକାଳ ୯ଟାରେ ଏହି ଘଟଣା ଘଟିଛି। ଏହି ଘଟଣାଟି ମଲାଇକାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ସ୍ତମ୍ଭୀଭୁତ କରିଛି । ଘଟଣାସ୍ଥଳରେ ମୁମ୍ୱାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ। ବର୍ତ୍ତମାନ ଅଭିନେତାଙ୍କ ବାପାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି।

ମଲାଇକା ଏବଂ ତାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ କଷ୍ଟକର ସମୟ। ଏହି ଦୁଃଖ ସମୟରେ ପ୍ରଥମେ ଅରବାଜ ଖାନ ତାଙ୍କ ଘରେ ପହଞ୍ଚିଛନ୍ତି। ଅରବାଜ ଖାନ ମଲାଇକାଙ୍କ ଘର ବାହାରେ ପୋଲିସ ଏବଂ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି। ପୋଲିସର ସୂଚନାନୁସାରେ, ମଲାଇକାଙ୍କ ବାପା ଷଷ୍ଠ ମହଲା ଗ୍ୟାଲେରୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବାନ୍ଦ୍ରା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରୁ କୌଣସି ସୂଚନା ପାଇନାହିଁ।

Leave A Reply

Your email address will not be published.