ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

କୋଟିପତି ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ ଗିରଫ

0

ଭଞ୍ଜନଗର: ବନ୍ଧା ହେଲେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ପ୍ରସନ୍ନ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ। ବୁଧବାର ଭିଜିଲାନ୍ସ ପକ୍ଷରୁ ତାଙ୍କର ସମସ୍ତ ସ୍ତାବର ଅସ୍ତାବର ସମ୍ପତ୍ତି ଉପରେ ଚଢାଉ କରିଥିଲା ଭିଜିଲାନ୍ସ। ଏକକାଳୀନ ୯ଟି ସ୍ଥାନରେ ଚଢାଉ କରି ଇଞ୍ଜିନିୟର ବାବୁଙ୍କର ଅମାପ ସମ୍ପତି ଠାବ କରିଥିଲା ଭିଜିଲାନ୍ସ।

ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ବାସଭବନ ଓ ୩ ମହଲା ଘର ସମେତ ଭଞ୍ଜନଗରରେ ଥିବା ୩ ମହଲା କୋଠା, ନିର୍ମାଣାଧାନ ଦୁଇମହଲା ଘର, ବ୍ରହ୍ମପୁରର ତୁଳସୀନଗରରେ ଥିବା ୪ମହଲା ଘର, ଭଞ୍ଜନଗରର ଅଫିସ୍ ଦୁଇ ସଂପର୍କୀୟଙ୍କ ଘର ଓ ପୈତୃକ ଘର ଭଞ୍ଜନଗର ଥାନା ଅନ୍ତର୍ଗତ ଲୁଡ଼ୁଲୁଡ଼ି ଘର ସବୁଠି ଚଢାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ ୬ଟି ବହୁତଳ କୋଠା ଠାବ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ହେବ।

ସେହିପରି ପ୍ରସନ୍ନଙ୍କର ବ୍ରହ୍ମପୁରର ତୁଳସୀ ନଗରରେ ଏକ ୪ ମହଲା କୋଠା ଠାବ କରିଥିଲା ଭିଜିଲାନ୍ସ। ଯାହାର ମୂଲ୍ୟ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ। ଏଥିସହ କନିଷ୍ଠ ଯନ୍ତ୍ରୀଙ୍କଠାରୁ ୨ଟି ୩ ମହଲା କୋଠା, ୨ଟି ୨ମହଲା କୋଠା, ୫ଟି ପ୍ଲଟ୍ ନଗଦ ୨୩ ଲକ୍ଷ ୯୪ ଲକ୍ଷ ଟଙ୍କା ସମେତ ୨୦୦ଗ୍ରାମ ସୁନା ବି ଜବତ କରାଯାଇଥିଲା। ପ୍ରସନ୍ନ ଠୁଳ କରିଥିବା ସମ୍ପତ୍ତି ବାବଦରେ ଭିଜିଲାନ୍ସ କନିଷ୍ଠ ଯନ୍ତ୍ରୀଙ୍କୁ ପଚରାଉଚରା କରିଥିଲା। ହେଲେ ସମସ୍ତ ସମ୍ପତ୍ତି ବିଷୟରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ଆଜି ପ୍ରସନ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.