ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବୋରୱେଲରୁ ଉଦ୍ଧାର ହେଲା ଅଢେଇ ବର୍ଷର ଶିଶୁକନ୍ୟା

0

ରାଜସ୍ଥାନ: ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ବୋରୱେଲରୁ ଉଦ୍ଧାର ହେଲା ଅଢେଇ ବର୍ଷର ଶିଶୁକନ୍ୟା। ବୁଧବାର ରାଜସ୍ଥାନ ଦୌସା ଅଂଚଳରେ ଖେଳୁଥିବା ବଳେ ୩୫ ଫୁଟ ଗଭୀର ବୋରୱେଲ ମଧ୍ୟକୁ ଖସିପଡ଼ିଥିଲା ଢେଇ ବର୍ଷର ଶିଶୁକନ୍ୟା ନିରୁ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା। ପରେ ଶିଶୁଟି କାନ୍ଦିବାରୁ କାନ୍ଦିବାର ସ୍ୱର ଶୁଣି ନିରୁ ବୋରଓ୍ୱେଲରେ ଖସିପଡିଥିବା ଜାଣିବାକୁ ପାଇଥିଲେ ପରିବାର ଲୋକ।

ଏହାପରେ ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ନେଇ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା ପ୍ରଶାସନ। ଯୁଦ୍ଧକାଳୀନ ଭିତ୍ତିରେ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା। ବୋରୱେଲ ନିକଟରେ ୩୧ ଫୁଟ ଗଭୀର ସମାନ୍ତରାଳ ଗାତ ଓ ୧୨ ଫୁଟର ସମାନ୍ତରାଳ ଟନେଲ ଖୋଳି ନିରୁକୁ ଉଦ୍ଧାର କରାଯାଇଥିଲା। ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ଶିଶୁ କନ୍ୟା ନିରୁକୁ ୩୫ ଫୁଟ ଗଭୀର ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ବର୍ତ୍ତମାନ ଶିଶୁ କନ୍ୟାଟି ର ସ୍ୱାସ୍ଥ୍ୟବସ୍ଥା ଠିକ ଅଛି।

Leave A Reply

Your email address will not be published.