ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବୋରୱେଲରୁ ଉଦ୍ଧାର ହେଲା ଅଢେଇ ବର୍ଷର ଶିଶୁକନ୍ୟା

0

ରାଜସ୍ଥାନ: ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ବୋରୱେଲରୁ ଉଦ୍ଧାର ହେଲା ଅଢେଇ ବର୍ଷର ଶିଶୁକନ୍ୟା। ବୁଧବାର ରାଜସ୍ଥାନ ଦୌସା ଅଂଚଳରେ ଖେଳୁଥିବା ବଳେ ୩୫ ଫୁଟ ଗଭୀର ବୋରୱେଲ ମଧ୍ୟକୁ ଖସିପଡ଼ିଥିଲା ଢେଇ ବର୍ଷର ଶିଶୁକନ୍ୟା ନିରୁ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା। ପରେ ଶିଶୁଟି କାନ୍ଦିବାରୁ କାନ୍ଦିବାର ସ୍ୱର ଶୁଣି ନିରୁ ବୋରଓ୍ୱେଲରେ ଖସିପଡିଥିବା ଜାଣିବାକୁ ପାଇଥିଲେ ପରିବାର ଲୋକ।

ଏହାପରେ ଏସଡିଆରଏଫ ଓ ଏନଡିଆରଏଫ ଟିମ୍ ନେଇ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା ପ୍ରଶାସନ। ଯୁଦ୍ଧକାଳୀନ ଭିତ୍ତିରେ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା। ବୋରୱେଲ ନିକଟରେ ୩୧ ଫୁଟ ଗଭୀର ସମାନ୍ତରାଳ ଗାତ ଓ ୧୨ ଫୁଟର ସମାନ୍ତରାଳ ଟନେଲ ଖୋଳି ନିରୁକୁ ଉଦ୍ଧାର କରାଯାଇଥିଲା। ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ଶିଶୁ କନ୍ୟା ନିରୁକୁ ୩୫ ଫୁଟ ଗଭୀର ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ବର୍ତ୍ତମାନ ଶିଶୁ କନ୍ୟାଟି ର ସ୍ୱାସ୍ଥ୍ୟବସ୍ଥା ଠିକ ଅଛି।

Leave A Reply

Your email address will not be published.