ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଅମର ପ୍ରୀତ ସିଂହ ହେବେ ବାୟୁସେନାର ନୂଆ ମୁଖ୍ୟ

0

ନୂଆଦିଲ୍ଲୀ: ଏୟାର ମାର୍ଶଲ ଅମର ପ୍ରୀତ ସିଂହ ହେବେ ବାୟୁସେନାର ନୂଆ ମୁଖ୍ୟ। ବର୍ତ୍ତମାନ ସେ ବାୟୁସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର ଏୟାର ମାର୍ଶଲ ଅମରଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି।

ସେପ୍ଟେମ୍ବର ୩୦ରେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାପରେ ୩୦ ସେପ୍ଟେମ୍ବର ୨୦୨୪ ଅପରାହ୍ନରୁ ଅମର ପ୍ରୀତ ସିଂ ଏୟାର ଚିଫ୍‌ ମାର୍ଶଲ ବା ବାୟୁସେନା ମୁଖ୍ୟ ପଦ ଗ୍ରହଣ କରିବେ। ସେ ଏୟାର ଚିଫ୍‌ ମାର୍ଶଲ ବିବେକ ରାମ ଚୌଧୁରୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ।

୧ ଫେବୃଆରୀ ୨୦୨୩ରେ ଏୟାର ମାର୍ଶଲ ଅମର ପ୍ରୀତ୍‌ ଭାରତୀୟ ବାୟୁସେନାର ୪୭ ତମ ଉପମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତୀୟ ବାୟୁସେନାରେ ତାଙ୍କର ଯାତ୍ରା ୧୯୮୪ରେ ଆରମ୍ଭ ହୋଇଥିଲା। ଅମରଙ୍କୁ ୨୧ ଡିସେମ୍ବର ୧୯୮୪ରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନରେ ନିଯୁକ୍ତ କରାଯାଇଥିଲା। ସମ୍ମାନଜନକ ସେଣ୍ଟ୍ରାଲ ଏୟାର କମାଣ୍ଡ (ସିଏସି) ଦାୟିତ୍ୱ ନେବା ପୂର୍ବରୁ ସେ ଇଷ୍ଟର୍ନ ଏୟାର କମାଣ୍ଡରେ ସିନିୟର ଏୟାର ଷ୍ଟାଫ୍‌ ଅଫିସର ଭାବରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.