ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଅମର ପ୍ରୀତ ସିଂହ ହେବେ ବାୟୁସେନାର ନୂଆ ମୁଖ୍ୟ

0

ନୂଆଦିଲ୍ଲୀ: ଏୟାର ମାର୍ଶଲ ଅମର ପ୍ରୀତ ସିଂହ ହେବେ ବାୟୁସେନାର ନୂଆ ମୁଖ୍ୟ। ବର୍ତ୍ତମାନ ସେ ବାୟୁସେନାରେ ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର ଏୟାର ମାର୍ଶଲ ଅମରଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି।

ସେପ୍ଟେମ୍ବର ୩୦ରେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରାମ ଚୌଧୁରୀଙ୍କ କାର୍ଯ୍ୟକାଳ ଶେଷ ହେବ। ଏହାପରେ ୩୦ ସେପ୍ଟେମ୍ବର ୨୦୨୪ ଅପରାହ୍ନରୁ ଅମର ପ୍ରୀତ ସିଂ ଏୟାର ଚିଫ୍‌ ମାର୍ଶଲ ବା ବାୟୁସେନା ମୁଖ୍ୟ ପଦ ଗ୍ରହଣ କରିବେ। ସେ ଏୟାର ଚିଫ୍‌ ମାର୍ଶଲ ବିବେକ ରାମ ଚୌଧୁରୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ।

୧ ଫେବୃଆରୀ ୨୦୨୩ରେ ଏୟାର ମାର୍ଶଲ ଅମର ପ୍ରୀତ୍‌ ଭାରତୀୟ ବାୟୁସେନାର ୪୭ ତମ ଉପମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଭାରତୀୟ ବାୟୁସେନାରେ ତାଙ୍କର ଯାତ୍ରା ୧୯୮୪ରେ ଆରମ୍ଭ ହୋଇଥିଲା। ଅମରଙ୍କୁ ୨୧ ଡିସେମ୍ବର ୧୯୮୪ରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନରେ ନିଯୁକ୍ତ କରାଯାଇଥିଲା। ସମ୍ମାନଜନକ ସେଣ୍ଟ୍ରାଲ ଏୟାର କମାଣ୍ଡ (ସିଏସି) ଦାୟିତ୍ୱ ନେବା ପୂର୍ବରୁ ସେ ଇଷ୍ଟର୍ନ ଏୟାର କମାଣ୍ଡରେ ସିନିୟର ଏୟାର ଷ୍ଟାଫ୍‌ ଅଫିସର ଭାବରେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.