ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ରୋଡ୍‌ ରୋମିଓଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ

0

ଭୁବନେଶ୍ବର: କ୍ୟାପଟେନ ଗୁରୁଓ୍ବନ୍ତ ସିଂହ ଏବଂ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା ଘଟଣାରେ ଚନ୍ଦକା ଥାନା ପୁଲିସ ୭ ରୋଡ୍ ରୋମିଓଙ୍କୁ ଗିରଫ କରିଛି। ଗିରଫ ପରେ କୋର୍ଟ ଚାଲାଣ କରିଛି। ସମସ୍ତ ୭ ଅଭିଯୁକ୍ତ ଛାତ୍ର ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି କୃଷ୍ଣପ୍ରସାଦ ଦାସ। ଅଭିଯୁକ୍ତମାନଙ୍କଠାରୁ ୧୧ଟି ମୋବାଇଲ ଫୋନ ଏବଂ ଗୋଟିଏ ଗାଡ଼ି ଜବତ କରାଯାଇଛି। ଏହାସହିତ ଅସଦାଚରଣ ସମୟର ଭିଡିଓ ପ୍ରଘଟ ହୋଇଛି, ଯାହାକୁ ପୁଲିସ ଅଧିକ ଯାଞ୍ଚ କରୁଥିବା ସୂଚନା ମିଳିଛି।

ଗିରଫ ଅଭିଯୁକ୍ତମାନେ ହେଲେ ରାକେଶ ନାୟକ, ଅମନ କୁମାର, ଆଦିତ୍ୟ ବେହେରା, ଆକାଶ ପଢ଼ିଆରୀ, ଅଭିଳାଷ ସାମନ୍ତ, ହରିଶ ମହାନ୍ତ, ଆଶିଷ ସ୍ଵାଇଁ। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ ଏବେ ଚର୍ଚ୍ଚା ଆହୁରି ଜୋର୍‌ ଧରିଛି। ଥାନାରୁ କୋର୍ଟକୁ ନେଲା ବେଳେ ଅଭିଯୁକ୍ତ ଛାତ୍ରମାନଙ୍କ ବୟାନ ଦେଇଛନ୍ତି ଯେ, ଆମେ କୌଣସି ପ୍ରକାର କାହାକୁ ମାଡ଼ ମାରିନୁ, ତାଙ୍କୁ କେମିତି ଆଘାତ ଲାଗିଲା ଜାଣିନୁ’
ଗତ ୧୫ ତାରିଖ ରାତିରେ କ୍ୟାପଟେନ ଗୁରୁଓ୍ବନ୍ତ ଏବଂ ତାଙ୍କ ବାନ୍ଧବୀ ଗୋଟିଏ କାରରେ ଯାଉଥିବାବେଳେ ୭ ଜଣ ଅଭିଯୁକ୍ତ ସେମାନଙ୍କୁ ଚନ୍ଦକା ରାସ୍ତାରେ ଅଟକାଇଥିଲେ। କ୍ୟାପଟେନ ଏବଂ ତାଙ୍କ ବାନ୍ଧବୀ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଉଭୟଙ୍କୁ ମାଡ଼ ମାରିବା ସହିତ ଅସଦାଚରଣ କରିଥିଲେ।

ଏ ସମ୍ପର୍କରେ ଅଭିଯୋଗ କରିବାକୁ କ୍ୟାପଟେନ ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଯାଇଥିବାବେଳେ ସେଠାରେ ପୁଲିସ କର୍ମଚାରୀମାନେ ଉଭୟଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।

Leave A Reply

Your email address will not be published.