ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

ଓଡ଼ିଶାରେ ସବୁ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର ପାଇଁ ଦାବି

0

ଭୁବନେଶ୍ବର: ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛତେଲର ମାତ୍ରା ଥିଲା। ତେବେ ଏହାର ପ୍ରମାଣ ମିଳିବା ପରେ ସବୁ ଧର୍ମାବଲମ୍ବୀ ଭକ୍ତଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଯାହା ଦ୍ୱାରା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ବାସରେ କଠୋରାଘାତ ହୋଇଛି। ଏନେଇ ଓଡିଶାରେ ଏବେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ରାଜ୍ୟର ସବୁ ମନ୍ଦିରରେ ଓମଫେଡ୍ ଦ୍ଵାରା ପ୍ରସ୍ତୁତ ବିଶୁଦ୍ଧ ଘିଅ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରିବାକୁ ଓଡିଶା ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରା। ସେ କହିଛନ୍ତି ଯେ, ଓମଫେଡ୍ ଘିଅ ମନ୍ଦିରରେ ବ୍ୟବହାର କରାଗଲେ ଅପମିଶ୍ରଣକୁ ରୋକାଯିବା ସଙ୍ଗେ ସଙ୍ଗେ ଭକ୍ତ ମାନଙ୍କ ଅତୁଟ ଆସ୍ଥା ଓ ବିଶ୍ଵାସକୁ ସମ୍ମାନ ଦିଆଯାଇପାରିବ।
ଏହାବ୍ୟତୀତ ରାଜ୍ୟରେ ଗ୍ରାମାଞ୍ଚଳରେ ଦୁଗ୍ଧ ଉତ୍ପାଦନ ଓ ଘିଅ ଉତ୍ପାଦନ ବୃଦ୍ଧି ପାଇବ । ବହୁ ମାତ୍ରାରେ ଲୋକମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି କହିଛନ୍ତି ଶ୍ରୀବେହେରା । ତେଣୁ ଓମଫେଡ୍ ଘିଅ ବ୍ୟବହାର କରିବା ଦ୍ବାରା ଯୁବକ ଯୁବତୀଙ୍କୁ ରୋଜଗାର ମିଳିପାରିବ। ସେନେଇ ଓଡିଶାର ସବୁ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାକୁ ଶ୍ରୀବେହେରା ଦାବି କରିଛନ୍ତି।

ଏହି ଘଟଣା ପରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି। ତେଣୁ ଖୁବ୍‌ଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ଏନେଇ ସୁଆର, ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଓମ୍‌ଫେଡ୍‌ ଓ ଅନ୍ୟ ସଂସ୍ଥା ସହ ମଧ୍ୟ ଆଲୋଚନା କରିବୁ। ଏହାପରେ ମହାପ୍ରସାନ ସହ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ଫୁଡ୍‌ ସେଫ୍ଟି ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.