ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଓଡିଶାରୁ ସ୍ଥାନାନ୍ତରିତ ହେବନି ଜେଏସଡ୍ଲ୍ୟୁ ଇଭି ପ୍ରକଳ୍ପ

0

ଭୁବନେଶ୍ବର: ଓଡିଶାରୁ ଉଠିବନି ଜେଏସଡ୍ଲ୍ୟୁ ଇଭି ପ୍ରକଳ୍ପ। ୪୦ ହଜାର କୋଟିର ପ୍ରସ୍ତାବିତ ଇଭି ପ୍ରକଳ୍ପ ଓଡିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତରିତ ନେଇ ଖବର ଉପରେ ସ୍ପଷ୍ଟୀକରଣ ରଖିଛି କମ୍ପାନୀ ।ସେପଟେ ଜେଏସଡବ୍ଲ୍ୟୁର ଇଭି ପ୍ରକଳ୍ପ ମହାରାଷ୍ଟ୍ରକୁ ସ୍ଥାନାନ୍ତରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ମିଡିଆ ଆଗରେ ମୁହଁ ଖୋଲିଛନ୍ତି। ଜେଏସଡବ୍ଲ୍ୟୁ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଉଛି ଓ ସେମାନେ ପ୍ରକଳ୍ପ ସ୍ଥାନାନ୍ତର ଚୂଡ଼ାନ୍ତ କରିନାହାନ୍ତି କିମ୍ବା ଆମକୁ କୌଣସି ସୂଚନା ଦେଇନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ସୂଚନାଯୋଗ୍ୟ, ଗତ ପ୍ରାୟ ୭ମାସ ପୂର୍ବରୁ ସାଜ୍ଜନ ଜିନ୍ଦଲଙ୍କ ଜେଏସଡବ୍ଲ୍ୟୁ ତତକାଳୀନ ବିଜେଡି ସରକାର ସମୟରେ କଟକର ନରାଜ ନିକଟରେ ୪୦ହଜାର କୋଟି ଟଙ୍କା ବ୍ୟୟରେ ଇଭି ଓ ବ୍ୟାଟେରୀ ପ୍ରକଳ୍ପ ସ୍ଥାପନ ନିମନ୍ତେ ଓଡ଼ିଶା ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲା। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଅତିରିକ୍ତ ୧୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହା ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଜେଏସଡବ୍ଲ୍ୟୁ କମ୍ପାନୀ ତା’ର ପ୍ରସ୍ତାବିତ ଇଭି ପ୍ରକଳ୍ପକୁ ସ୍ଥାନାନ୍ତର କରିବା ନେଇ ରାଜ୍ୟ ସରକାରଙ୍କୁ କିଛି ଅବଗତ କରିନାହିଁ । କମ୍ପାନୀର ଅଧିକାରୀମାନଙ୍କ ସହ ଆଲୋଚନା ଜାରି ରହିଛି । ଏହି ଆଲୋଚନା ସରିବା ପରେ କିଛି ନିର୍ଯ୍ୟାସ ବାହାରିବ। ମାତ୍ର ସେମାନେ ଓଡ଼ିଶା ପ୍ରକଳ୍ପ ଓହରିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ।

ଜାତୀୟ ଗଣମାଧ୍ୟମରେ ଜେଏସଡବ୍ଲ୍ୟୁର ପ୍ରସ୍ତାବିତ ଇଭି ପ୍ରକଳ୍ପ ଓଡ଼ିଶାରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର ନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟରେ ନାନାଦି ଚର୍ଚ୍ଚା ଜୋର ଧରିଥିଲା। ଜେଏସଡବ୍ଲ୍ୟୁ ଗ୍ରୁପ୍ କାର୍ଯ୍ୟନିର୍ବାହୀ ଉପସଭାପତି ରଞ୍ଜନ ନାୟକ , ପ୍ରତିକ୍ରିୟାରେ କହିଛନ୍ତି କମ୍ପାନୀର ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନାନ୍ତରଣ ହେବ ନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଛନ୍ତି। ମଙ୍ଗଳବାର ଜାତୀୟ ମିଡିଆରେ ୪୦ହଜାର କୋଟିର ପ୍ରସ୍ତାବିତ ଇଭି ପ୍ରକଳ୍ପ ଓଡିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତରିତ ନେଇ ଖବର ବାଜିବା ପରେ କମ୍ପାନୀ ପକ୍ଷରୁ ଆସିଛି ଅଫିସିଆଲ ପ୍ରତିକ୍ରିୟା ଆସିଛି। “ଆମେ ଓଡିଶାରୁ ଏହି ପ୍ରକଳ୍ପ ସ୍ଥାନାନ୍ତରିତ କରୁନାହୁଁ,” ବୋଲି କହିଛନ୍ତି ରଞ୍ଜନ ନାୟକ।

Leave A Reply

Your email address will not be published.