ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

୧୦ମାସର ଶିଶୁକୁ ବଳାତ୍କାର

0

ଗୁଜରାଟ: ଲୋପ ପାଉଛି ମାନବିକତା।ପଶୁ ଠାରୁ ବି ହୀନ ହୋଇଯାଉଛି ମଣିଷ। ଗୁଜରାଟର ଭାରୁଚ୍‌ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଭାରୁଚ୍‌ ଜିଲ୍ଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁକୁ ବଳାତ୍କାର କରାଯାଇଛି। ପିଲାଟି ଘର ଅଗଣାରେ ଖେଳୁଥିବାବେଳେ ଅଭିଯୁକ୍ତ ଦୀପକ କୁମାର ଲାଲବାବୁ ସିଂ ତାଙ୍କୁ ନିଜ ଘରକୁ ନେଇଯାଇ ବଳାତ୍କାର କରିଥିଲେ।
ପୋଲିସ କହିବା ଅନୁଯାୟୀ ଶିଶୁଟିର ମାଆ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ଅଭିଯୁକ୍ତ ଅନେକ ସମୟରେ ତାଙ୍କ ଘରକୁ ଯିବାଆସିବା କରୁଥିଲେ ଓ ଶିଶୁଟି ସହ ଖେଳୁଥିଲେ। ରବିବାର ଶିଶୁର କାନ୍ଦ ଶୁଣି ତାଙ୍କ ଜେଜେମା’ ଧାଇଁଯାଇଥିଲେ। ଶିଶୁଟି ରକ୍ତାକ୍ତ ହେବା ସହ ଗୁରୁତର ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଗୁରୁତର ଅବସ୍ଥାରେ ଶିଶୁକୁ ତାଙ୍କ ମାଆ ଭାରୁଚ୍‌ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୋଲିସ ପୋକ୍‌ସୋ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାରେ ମାମଲା ରୁଜୁକରି ତଦନ୍ତ ଚଳାଇଛି।

Leave A Reply

Your email address will not be published.