ଗୁଜରାଟ: ଲୋପ ପାଉଛି ମାନବିକତା।ପଶୁ ଠାରୁ ବି ହୀନ ହୋଇଯାଉଛି ମଣିଷ। ଗୁଜରାଟର ଭାରୁଚ୍ ଜିଲାରେ ରବିବାର ଆଉ ଏକ ଲଜ୍ଜାଜନକ ଘଟଣା ଘଟିଛି। ଭାରୁଚ୍ ଜିଲ୍ଲାର ପାନୋଲି ଗ୍ରାମରେ ଏକ ୧୦ମାସର ଶିଶୁକୁ ବଳାତ୍କାର କରାଯାଇଛି। ପିଲାଟି ଘର ଅଗଣାରେ ଖେଳୁଥିବାବେଳେ ଅଭିଯୁକ୍ତ ଦୀପକ କୁମାର ଲାଲବାବୁ ସିଂ ତାଙ୍କୁ ନିଜ ଘରକୁ ନେଇଯାଇ ବଳାତ୍କାର କରିଥିଲେ।
ପୋଲିସ କହିବା ଅନୁଯାୟୀ ଶିଶୁଟିର ମାଆ ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି। ଅଭିଯୁକ୍ତ ଅନେକ ସମୟରେ ତାଙ୍କ ଘରକୁ ଯିବାଆସିବା କରୁଥିଲେ ଓ ଶିଶୁଟି ସହ ଖେଳୁଥିଲେ। ରବିବାର ଶିଶୁର କାନ୍ଦ ଶୁଣି ତାଙ୍କ ଜେଜେମା’ ଧାଇଁଯାଇଥିଲେ। ଶିଶୁଟି ରକ୍ତାକ୍ତ ହେବା ସହ ଗୁରୁତର ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଗୁରୁତର ଅବସ୍ଥାରେ ଶିଶୁକୁ ତାଙ୍କ ମାଆ ଭାରୁଚ୍ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୋଲିସ ପୋକ୍ସୋ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାରେ ମାମଲା ରୁଜୁକରି ତଦନ୍ତ ଚଳାଇଛି।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ