ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଜିତିଆ ପର୍ବରେ ୪୦ ମୃତ

0

ଉତ୍ତରପ୍ରଦେଶ: ଜିତିଆ ପର୍ବରେ ଘଟିଯାଇଛି ଦୁଃଖଦ ଘଟଣା। ଜିତିଆ ପର୍ବ ପାଳନ ସମୟରେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପୋଖରୀ ଓ ନଦୀରେ ଗାଧୋଇବା ବେଳେ ପ୍ରାୟ ୪୦ ଜଣଙ୍କର ମୃତ୍ୟୁ ଘଟିଛି।

ଜିତିଆ ପର୍ବରେ ଔରଙ୍ଗାବାଦରେ ସର୍ବାଧିକ ଲୋକଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଭାବେ ୪ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଔରଙ୍ଗାବାଦ, ଛପରା, ରୋହତାସ, କୈମୁର, ସିୱାନ, ମୋତିହାରୀ, ବେତିଆ, ବେଗୁସରାୟ, ଗୋପାଳଗଞ୍ଜ, ଭୋଜପୁର, ନାଳନ୍ଦା, ଦରଭଙ୍ଗା, ମଧୁବନୀ, ସମସ୍ତିପୁର ଏବଂ ଅରୱାଲରେ ଲୋକଙ୍କ ଜୀବନ ଯାଇଛି। ଅପରପକ୍ଷରେ ଗାଧୋଇବା ବେଳେ ପାଣିରେ ବୁଡି ଅନେକ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। ତେବେ ମୃତ୍ୟୁ ସଂଖ୍ଯା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

Leave A Reply

Your email address will not be published.