ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ କଲା ଆତ୍ମହତ୍ୟା

0

ବେଙ୍ଗଲୁରୁ: ବେଙ୍ଗଲୁରୁ ମହାଲକ୍ଷ୍ମୀ ହତ୍ୟା ମାମଲା। ଆତ୍ମହତ୍ୟା କଲା ମୁଖ୍ୟ ଅଭିଯୁକ୍ତ। ବେଙ୍ଗାଲୁରୁରେ ଜଣେ ୨୯ ବର୍ଷୀୟ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାର ମୁଖ୍ୟ ଅଭିଯୁକ୍ତର ମୃତଦେହ ଆଜି ଝୁଲନ୍ତା ଅବସ୍ଥାରେ ଓଡ଼ିଶାର ଭଦ୍ରକରୁ ମିଳିଛି।ମୃତ ଯୁବକ ଜଣଙ୍କ ହେଲା ମୁକ୍ତି ରଞ୍ଜନ ରାୟ। ଭଦ୍ରକରେ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ଧୁଷୁରି ଥାନା କୁଳେଇପଦା ଗାଁ ଶ୍ମଶାନରୁ ମୁକ୍ତିରଞ୍ଜନର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏନେଇ ସ୍ପଷ୍ଟ କରିଛନ୍ତି ଭଦ୍ରକ ଏସ୍‌ପି।

ସୂଚନା ଅନୁସାରେ, ବେଙ୍ଗାଲୁରୁର ମାଲେଶ୍ୱରମ ଅଞ୍ଚଳରେ ମହାଲକ୍ଷ୍ମୀ ନାମକ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ହତ୍ୟା କରିବା ପରେ ୫୯ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ପ୍ରତାପ ରାୟ। ମୁକ୍ତିରଞ୍ଜନ ପ୍ରତାପ ରାୟଙ୍କ ଘର ଓଡିଶାରେ। ସେ ମୃତ ମହିଳାଙ୍କର ପ୍ରେମିକ ଥିଲା। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ମୁକ୍ତିକାନ୍ତ। ତେବେ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଯାଞ୍ଚ ବେଳେ ଫ୍ରିଜ ଭିତରୁ ମହିଳାଙ୍କର ୫୯ ଖଣ୍ଡ ମାଂସ ଟୁକୁଡା ମିଳିଥିଲା।

ଫ୍ରିଜ ନିକଟରେ ଏକ ନୀଳ ସୁଟକେଶ ମଧ୍ୟ ରହିଥିଲା। ସେହି ସୁଟକେଶ ମାମଧ୍ୟମରେ କିଛି ମାଂସ ଟୁକୁଡାକୁ ବାହାରେ ଫିଙ୍ଗାଯାଇଥିବା ଅନୁମାନ କରୁଛି ପୋଲିସ। ତେବେ ମୃତମହିଳା ଜଣଙ୍କ ବିବାହିତ ଥିବା ବେଳେ ପ୍ରାୟ ୬ମାସ ହେବ ସେ ତାଙ୍କ ସ୍ୱାମୀ ଓ ଝିଅଠାରୁ ଅଲଗା ଭଡା ଘରେ ରହୁଥିଲେ। ସେପଟେ ମୃତ ମହିଳାଙ୍କ ସ୍ୱାମୀଙ୍କ କହିବା ଅନୁସାରେ ପ୍ରେମିକ ହିଁ ମୁଖ୍ୟ ହତ୍ୟାକାରୀ।

Leave A Reply

Your email address will not be published.