ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରାସନକାର୍ଡଧାରୀମାନଙ୍କୁ ଚାଉଳ ସହ ମିଳିବ ଗହମ

0

ଭୁବନେଶ୍ୱର: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଏଣିକି ରାସନରେ ଚାଉଳ ସହ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟରେ ମିଳିବ ଗହମ। ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ପକ୍ଷରୁ ଚିଠି ଆସିଛି। ଅକ୍ଟୋବର ମାସରୁ ଏହି ନୂଆ ନିୟମ ଲାଗୁ ହେବ।

ଅନ୍ୟପଟେ ଓଡ଼ିଶା ସରକାର ରାସନକାର୍ଡ ହିତାଧିକାରୀଙ୍କୁ ରାସନକାର୍ଡରେ ପୂର୍ବଭଳି ମିଳୁଥିବା ଗହମ ପୁଣିଥରେ ଚାଉଳ ସହ ମିଳିବ ବୋଲି ନିକଟରେ ସୂଚନା ଦେଇଥିଲେ। ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ ସରକାର କହିଥିଲେ।

ବିଜେଡି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ହେଲେ ପୁଣିଥରେ ପୂର୍ବଭଳି ଗତ ମାସରେ ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ବିଧାନସଭାରେ ମନ୍ତବ୍ୟ ରଖିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅକ୍ଟୋବର ମାସରୁ ଏହି ନୂଆ ନିୟମ ଲାଗୁ ହେବ।

Leave A Reply

Your email address will not be published.