ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସୋଆ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

0

ଭୁବନେଶ୍ୱର, ୨୮/୦୯: ବିଶ୍ୱରେ ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ । ଭାରତ ଶାନ୍ତିର ଦୂତ। ଶାନ୍ତି ଓ ମୈତ୍ରୀ ଭାବକୁ ପାଥେୟ କରି ବସୁଧୈବ କୁଟୁମ୍ବକମ୍‌ରେ ବିଶ୍ୱାସ କରେ ଆମ ଦେଶ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏହି ବିଷୟ ଉପରେ ଗୁରୁତ୍ୱାରୋପ କରାଯାଇଛି।

ଏହି ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଂଟ (ଆଇଆଇଟିଟିଏମ୍‌), ଗ୍ୱାଲିୟରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏସ୍‌.କେ. ଲେଙ୍କା କହିଥିଲେ ଯେ ଶାନ୍ତି ବିନା ପର୍ଯ୍ୟଟନ ସମ୍ଭବ ନୁହେଁ ।
ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ପ୍ରସଙ୍ଗ ରହିଛି ‘ପର୍ଯ୍ୟଟନ ଓ ଶାନ୍ତି’। ଏହି ପରିପ୍ରେକ୍ଷୀରେ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏହି ପ୍ରସଙ୍ଗ ଉପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପୋଷ୍ଟର, ବକ୍ତୃତା ଓ ରଚନା ପ୍ରତିଯୋଗିତାକୁ ସ୍ୱାଗତ କରିଥିଲେ ପ୍ରଫେସର ଲେଙ୍କା।

ଏହି ଅବସରରେ ପିପୁଲ୍ ଗ୍ରୁପ୍ ଅଫ୍ ହୋଟେଲ୍ସର ସିଇଓ ଶ୍ରୀ ସୁବ୍ରତ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ପର୍ଯ୍ୟଟନର ସୀମା ବେଶ ପରିବ୍ୟାପ୍ତ । ଆମ ସଂସ୍ପର୍ଶରେ ପ୍ରତ୍ୟେକ ଦିନ ଯୋଡ଼ି ହେଉଥିôବା ଅନେକ ବ୍ୟକ୍ତି ପର୍ଯ୍ୟଟନ ସହ ସମ୍ପୃକ୍ତ। ଏ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବେଶ ଉଜ୍ଜ୍ୱଳ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ଦେଇ ଚଳିତ ବର୍ଷର ପର୍ଯ୍ୟଟନ ଦିବସର ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।
ଏଠାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏସ୍‌ଏଚ୍‌ଏମ୍‌ର ରିସର୍ଚ୍ଚ ସ୍କଲାର ସୁଶ୍ରୀ ଶୁଭ୍ରା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.