ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ମନ୍ କି ବାତରେ ଓଡ଼ିଆ ପୁଅକୁ ପ୍ରଶଂସା କଲେ ମୋଦୀ

0

ନୂଆଦିଲ୍ଲୀ: ୧୧୪ ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତୃତୀୟ ପାଳିର ଏହା ହେଉଛି ମୋଦୀଙ୍କ ଚତୁର୍ଥତମ ମନ କି ବାତ୍‌ । ମୋଦୀ କହିଛନ୍ତି କି, ଆମର ଏହି ଯାତ୍ରାକୁ ୧୦ ବର୍ଷ ବିତିଗଲାଣି। ଏହି କାର୍ଯ୍ୟକ୍ରମ ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିଲା। ଏବେ ନବରାତ୍ରୀର ପ୍ରଥମ ଦିନ ୧୦ ବର୍ଷ ପୂରଣ ହେଲା। ମନ କି ବାତରେ ଅନେକ ମାଇଲଖୁଣ୍ଟ ଅଛି, ଯାହା ମୁଁ ଭୁଲି ପାରିବି ନାହିଁ । ଏହି କାର୍ଯ୍ୟକ୍ରମ ମୋ ପାଇଁ ଏକ ମନ୍ଦିରରେ ପୂଜା କରିବା ପରି। ଆଜିର ରେଡିଓ କାର୍ଯ୍ୟକ୍ରମରେ ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସାନ୍ତାଳି ଭାଷା ପାଇଁ ମୟୂରଭଂଜ ଯୁବକଙ୍କ ଅବଦାନ କଥା କହିଛନ୍ତି ମୋଦୀ ।

ମୋଦୀ କହିଛନ୍ତି ଯେ, ନିଜ ମାତୃଭାଷା ପାଇଁ ରାମ୍‌ଜିତ୍ ଟୁଡୁ ପୁରା ଦେଶକୁ ଗୌରବ ଆଣି ଦେଇଛନ୍ତି । ସେ ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ୍ କରି ପାରିଛନ୍ତି। ତାଙ୍କ ଉଦ୍ୟମ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳି ଭାଷା ପହଞ୍ଚିଛି। ରାମଜିତଙ୍କ ପାଇଁ ସାନ୍ତାଳି ଭାଷା ପଢ଼ିବା ସହ ଲେଖାଯାଇପାରୁଛି ବୋଲି କହିଛନ୍ତି ମୋଦୀ।

ମୋଦୀ କହିଛନ୍ତି ଯେ, ଯଦି ମୁଁ କୌଣସି ପିଲାଙ୍କୁ ପଚାରିବି ଯେ କେଉଁ ଭାଷା ସବୁଠାରୁ ସହଜ ଏବଂ ଜଲ୍ଦି ଶିଖି ହୁଏ ତେବେ ଏହାର ଜବାବ ଆସିବ ମାତୃଭାଷା। ଆମ ଦେଶରେ ପାଖାପାଖି ୨୦ ହଜାର ଭାଷା ଅଛି। ଆଉ ଏ ସମସ୍ତ ଭାଷା କାହାର ନା କାହାର ମାତୃଭାଷା ନିଶ୍ଚୟ। କିନ୍ତୁ କିଛି ଭାଷା ଏପରି ଅଛି ଯାହାର ବ୍ୟବହାର ବହୁତ କମ୍ ମାତ୍ରାରେ ହୁଏ। କିନ୍ତୁ ଆପଣ ଜାଣି ଖୁସି ହେବେ ସେହି ସବୁ ଭାଷାକୁ ସଂରକ୍ଷିତ କରିବାକୁ ଏବେ ବିଭିନ୍ନ ପ୍ରକାରର ପ୍ରୟାସ କରାଯାଉଛି। ଏପରି ଏକ ଭାଷା ହେଉଛି ସାନ୍ତାଳୀ ଭାଷା। ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ୍ କରି ନୂତନ ନାମ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ। ‘ସାନ୍ତାଳି’ ଆମ ଦେଶର ଅନେକ ରାଜ୍ୟରେ ବସବାସ କରୁଥିବା ସାନ୍ତାଳ ଜନଜାତୀ ସମୁଦାୟଙ୍କ ଭାଷା। ଭାରତ ବ୍ୟତୀତ ବାଂଲାଦେଶ, ନେପାଳ ଏବଂ ଭୁଟାନରେ ମଧ୍ୟ ସାନ୍ତାଳୀ ଭାଷା କହୁଥିବା ଜନଜାତୀ ସମୁଦାୟ ରୁହନ୍ତି।

କିନ୍ତୁ ସାନ୍ତାଳୀ ଭାଷାକୁ ଅନଲାଇନରେ ପରିଚୟ କରିବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ଓଡିଶାର ମୟୁରଭଞ୍ଜ ଜିଲ୍ଲାର ପୁଅ ରାମଜିତ ଟୁଡୁ। ରାମଜିତ ଏକ ଏପରି ଡିଜିଟାଲା ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି ଯେଉଁଠାରେ ସନ୍ତାଳୀ ଭାଷାରେ ସାହିତ୍ୟ ପଢିବା ସହ ଲେଖିପାରିବେ। ବାସ୍ତବରେ କିଛି ବର୍ଷ ପୂର୍ବରୁ ଯେତେବେଳେ ରାମଜିତ ମୋବାଇଲ ଫୋନର ବ୍ୟବହାର ଆରମ୍ଭ କଲେ ସେତେବେଳେ ନିଜ ମାତୃଭାଷାରେ କହିପାରୁନଥିବାରୁ ଦୁଃଖିତ ଥିଲେ। ଏହାପରେ ସେ ସାନ୍ତାଳୀ ଭାଷାର ଲିପି ‘ଓଲ ଚିକି’କୁ ଟାଇପ କରିବାର ସୁବିଧା ପ୍ରସ୍ତୁତ କଲେ। ନିଜର କିଛି ସାଙ୍ଗ ସାଥୀଙ୍କ ସାହାର୍ଯ୍ୟରେ ସେ ସାନ୍ତାଳୀ ଭାଷା ଲିପିକୁ ଟାଇପ କରିବାର କୌଶଳ ବିକଶିତ କଲେ । ଆଉ ଆଜି ତାଙ୍କର ହି ଅଭିନବ ପ୍ରୟାସ ସାନ୍ତାଳୀ ଭାଷାକୁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚାଇଛି ବୋଲି କହିଛନ୍ତି ମୋଦୀ ।

Leave A Reply

Your email address will not be published.