ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ନେପାଳରେ ବନ୍ୟା ଓ ଭୂସ୍ଖଳନ: ୧୧୨ ମୃତ, ୬୯ ନିଖୋଜ

0

ନେପାଳ: ଲଗାଣ ବର୍ଷା ଯୋଗୁ ନେପାଳରେ ବନ୍ୟାସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ଗତ ଶୁକ୍ରବାରଠାରୁ ନେପାଳରେ ଲାଗି ରହିଛି ବର୍ଷା । ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବରେ ଦେଶରେ ଶନିବାର ସୁଦ୍ଧା ୧୧୨ ଜଣଙ୍କର ମୃତ୍ୟୁ ଘଟିଥିବା ନେପାଳ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି । ତେବେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ ଆଶଙ୍କା କରିଛନ୍ତି। ସେହିପରି ଶନିବାର ସୁଦ୍ଧା ବନ୍ୟା ଏବଂ ଭୂସ୍ଖଳନରେ ଦେଶର ୬୯ ଜଣ ନିଖୋଜ ଥିବାବେଳେ ୬୦ ଜଣ ଆହତ ହୋଇଛନ୍ତି। କେବଳ କାଠମାଣ୍ଡୁ ଉପତ୍ୟକାରୁ ସର୍ବାଧିକ ୪୦ରୁ ଅଧିକ ମୃତ୍ୟୁ ଘଟିଥିବା ସେ କହିଛନ୍ତି। ବନ୍ୟାରେ କାଠମାଣ୍ଡୁ ସହରର ଟ୍ରାଫିକ୍‌ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ସାଧାରଣ କାର୍ଯ୍ୟକଳାପକୁ ଅଟକାଇ ଦେଇଛି।

ସେହିପରି ବନ୍ୟାରେ ଟ୍ରାନ୍ସମିଶନ୍‌ ଲାଇନ ବାଧାପ୍ରାପ୍ତ ହୋଇଥିବାରୁ ସମ୍ପୂର୍ଣ୍ଣ କାଠମାଣ୍ଡୁରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। କେବଳ ଶୁକ୍ରବାର କାଠମାଣ୍ଡୁରେ ୩୨୨.୨ ମିମି ବର୍ଷା ରେକର୍ଡ ହୋଇଛି। ଫଳରେ ଦେଶରେ ଅଧିକାଂଶ ନଦୀ ଫୁଲି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟାରେ ନେପାଳର ୪୪ଟି ସ୍ଥାନରେ ମୁଖ୍ୟ ରାଜପଥ ଅବରୋଧ ହୋଇଥିବା ସହ ବିମାନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ସେହିପରି ଶନିବାର ସୁଦ୍ଧା ଦେଶର ୨୨୬ଟି ଘର ଜଳମଗ୍ନ ହୋଇଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୩ ହଜାରରୁ ଅଧିକ ଉଦ୍ଧାରକାରୀ ଦଳ ନେପାଳ ସରକାରଙ୍କ ପକ୍ଷରୁ ନିୟୋଜିତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ହେଲିକପ୍ଟର ଏବଂ ରବର ବୋଟ୍‌ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଶନିବାର ସୁଦ୍ଧା ବନ୍ୟାଘେରରେ ଫସି ରହିଥିବା ୧ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ନେପାଳ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି।

Leave A Reply

Your email address will not be published.