ପ୍ରମୁଖ ଖବର

ରାଜନାଥ ସିଂଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଅବପାତରେ ପରିଣତ ହୋଇପାରେ: ସିଇସି
ସବୁ ଯୋଜନାରୁ ବାଦ୍‌ ପଡ଼ିଥିଲେ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର: ପଞ୍ଚାୟତିରାଜ ମନ୍ତ୍ରୀ
ଉତ୍କଳ ୟୁନିଭର୍ସିଟିର ଭାରପ୍ରାପ୍ତ କୁଳପତି ହେଲେ ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ
ଭାରତରେ ତିଆରି ହେବ ୫ମ ପିଢ଼ିର ଷ୍ଟେଲଥ ଯୁଦ୍ଧ ବିମାନ
ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ବୃଦ୍ଧି କଲେ ସରକାର

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏବେ ବନ୍ଦ ହେବ ନାହିଁ ଇ-କେଓ୍ବାସି

0

ଭୁବନେଶ୍ବର: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଶେଷ ଲୋକର ଇ-କେଓ୍ବାସି ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ।
ରାସନକାର୍ଡରେ ଭୂତ ହିତାଧିକାରୀଙ୍କୁ ଠାବ କରିବା ପାଇଁ ଇ-କେଓ୍ବାସି ଭରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାସନକାର୍ଡରେ ଭୂତ ହିତାଧିକାରୀଙ୍କୁ ଠାବ କରିବା ପାଇଁ ରାସନ କାର୍ଡରେ ଇ-କେଓ୍ବାସି ଭରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏନେଇ ମନ୍ତ୍ରୀ କହିଛନ୍ତି, ଇ-କେଓ୍ବାଇସି ଭରିବା ପ୍ରକ୍ରିୟା ଏବେ ବନ୍ଦ ହେବ ନାହିଁ । ଶେଷ ଲୋକର ଇ-କେଓ୍ବାଇସି ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ । ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ ଇ-କେଓ୍ବାଇସି ହେବାକୁ ଥିବା ବେଳେ ଏବେ ୨ କୋଟି ଲୋକଙ୍କ ଇ-କେଓ୍ବାଇସି ସରିଛି, ଆହୁରି ଦେଢ଼ କୋଟି ଲୋକଙ୍କ ଇ-କେଓ୍ବାଇସି ହେବ ବୋଲି କହିଛନ୍ତି ମନ୍ତ୍ରୀ। ତେବେ ଏନେଇ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଏଥିପାଇଁ ଆଉ ମାସେ କିମ୍ବା ଦେଢ଼ମାସ ସମୟ ଲାଗିପାରେ। ତେଣୁ ତୁରନ୍ତ ସମସ୍ତେ ଇ-କେଓ୍ବାଇସି ଭରିବାକୁ ମନ୍ତ୍ରୀ କହିଛନ୍ତି । ଇ-କେଓ୍ବାଇସି ହୋଇସାରିଲା ପରେ କେତେ ଫଲ୍ସ କାର୍ଡ ରହିଛି ତାହା ଜଣାପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନେ ଫଲ୍ସ ବାହାରିବେ ସେମାନଙ୍କୁ ନିଶ୍ଚିତ କଟାଯିବ ଏବଂ ସେହି ସ୍ଥାନରେ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ ବୋଲି କୁହାଯାଉଥିଲା। ବିଧାନସଭା ଅଧିବବେଶନ ଚାଲିଥିବା ବେଳେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଭଳି ସୂଚନା ଦେଇଥିଲେ।ଇ-କେଓ୍ବାଇସି ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ଏସରକାର ଇ-କେଓ୍ବାଇସି ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ଯୋଗ୍ୟ ହିତାଧତକାରୀ ଏହି ସୁବିଧା ପାଇବେ।

Leave A Reply

Your email address will not be published.