ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଏବେ ବନ୍ଦ ହେବ ନାହିଁ ଇ-କେଓ୍ବାସି

0

ଭୁବନେଶ୍ବର: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଶେଷ ଲୋକର ଇ-କେଓ୍ବାସି ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ।
ରାସନକାର୍ଡରେ ଭୂତ ହିତାଧିକାରୀଙ୍କୁ ଠାବ କରିବା ପାଇଁ ଇ-କେଓ୍ବାସି ଭରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାସନକାର୍ଡରେ ଭୂତ ହିତାଧିକାରୀଙ୍କୁ ଠାବ କରିବା ପାଇଁ ରାସନ କାର୍ଡରେ ଇ-କେଓ୍ବାସି ଭରିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏହାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏନେଇ ମନ୍ତ୍ରୀ କହିଛନ୍ତି, ଇ-କେଓ୍ବାଇସି ଭରିବା ପ୍ରକ୍ରିୟା ଏବେ ବନ୍ଦ ହେବ ନାହିଁ । ଶେଷ ଲୋକର ଇ-କେଓ୍ବାଇସି ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ । ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ ଇ-କେଓ୍ବାଇସି ହେବାକୁ ଥିବା ବେଳେ ଏବେ ୨ କୋଟି ଲୋକଙ୍କ ଇ-କେଓ୍ବାଇସି ସରିଛି, ଆହୁରି ଦେଢ଼ କୋଟି ଲୋକଙ୍କ ଇ-କେଓ୍ବାଇସି ହେବ ବୋଲି କହିଛନ୍ତି ମନ୍ତ୍ରୀ। ତେବେ ଏନେଇ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଏଥିପାଇଁ ଆଉ ମାସେ କିମ୍ବା ଦେଢ଼ମାସ ସମୟ ଲାଗିପାରେ। ତେଣୁ ତୁରନ୍ତ ସମସ୍ତେ ଇ-କେଓ୍ବାଇସି ଭରିବାକୁ ମନ୍ତ୍ରୀ କହିଛନ୍ତି । ଇ-କେଓ୍ବାଇସି ହୋଇସାରିଲା ପରେ କେତେ ଫଲ୍ସ କାର୍ଡ ରହିଛି ତାହା ଜଣାପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନେ ଫଲ୍ସ ବାହାରିବେ ସେମାନଙ୍କୁ ନିଶ୍ଚିତ କଟାଯିବ ଏବଂ ସେହି ସ୍ଥାନରେ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ ବୋଲି କୁହାଯାଉଥିଲା। ବିଧାନସଭା ଅଧିବବେଶନ ଚାଲିଥିବା ବେଳେ ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଭଳି ସୂଚନା ଦେଇଥିଲେ।ଇ-କେଓ୍ବାଇସି ଯାଞ୍ଚ ଚାଲିଛି, ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ଏସରକାର ଇ-କେଓ୍ବାଇସି ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ଯୋଗ୍ୟ ହିତାଧତକାରୀ ଏହି ସୁବିଧା ପାଇବେ।

Leave A Reply

Your email address will not be published.