ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ପୁଣେ ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

0

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜିଲା ଅଦାଲତରୁ ସ୍ବରଗେଟ୍‌ ପର୍ଯ୍ୟନ୍ତ ଅଂଶକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲି ଉଦ୍‌ଘାଟନ କରିଛନ୍ତି।

ଏହି ଭୂତଳ ରେଳଷ୍ଟେଶନ ନିର୍ମାଣରେ ୧,୮୧୦ କୋଟି ଟଙ୍କା ବ୍ୟୟ ହୋଇଛି। ଏହା ବ୍ୟତୀତ ପୁଣେ ମେଟ୍ରୋ ଫେଜ୍‌-୧ର ସ୍ବରଗେଟ୍‌-କତ୍ରାଜ ସମ୍ପ୍ରସାରଣ ପାଇଁ ମୋଦି ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୨,୯୫୫ କୋଟି ଟଙ୍କା ବ୍ୟୟ ହେବ। ନ୍ୟାଶନାଲ ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଅଧୀନରେ ଛତ୍ରପତି ସମ୍ଭାଜୀନଗରଠାରୁ ୨୦ କିମି ଦୂରରେ ୭,୮୫୫ ଏକର ସମ୍ପ୍ରସାରିତ ପ୍ରକଳ୍ପ ବିଡ୍‌କିନ୍‌ ଶିଳ୍ପାଞ୍ଚଳ ଉଦ୍‌ଘାଟନ କରାଯାଇଛି। ଏହା ବ୍ୟତୀତ ସୋଲାପୁର ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

Leave A Reply

Your email address will not be published.