ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଣେ ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

0

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜିଲା ଅଦାଲତରୁ ସ୍ବରଗେଟ୍‌ ପର୍ଯ୍ୟନ୍ତ ଅଂଶକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲି ଉଦ୍‌ଘାଟନ କରିଛନ୍ତି।

ଏହି ଭୂତଳ ରେଳଷ୍ଟେଶନ ନିର୍ମାଣରେ ୧,୮୧୦ କୋଟି ଟଙ୍କା ବ୍ୟୟ ହୋଇଛି। ଏହା ବ୍ୟତୀତ ପୁଣେ ମେଟ୍ରୋ ଫେଜ୍‌-୧ର ସ୍ବରଗେଟ୍‌-କତ୍ରାଜ ସମ୍ପ୍ରସାରଣ ପାଇଁ ମୋଦି ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୨,୯୫୫ କୋଟି ଟଙ୍କା ବ୍ୟୟ ହେବ। ନ୍ୟାଶନାଲ ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଅଧୀନରେ ଛତ୍ରପତି ସମ୍ଭାଜୀନଗରଠାରୁ ୨୦ କିମି ଦୂରରେ ୭,୮୫୫ ଏକର ସମ୍ପ୍ରସାରିତ ପ୍ରକଳ୍ପ ବିଡ୍‌କିନ୍‌ ଶିଳ୍ପାଞ୍ଚଳ ଉଦ୍‌ଘାଟନ କରାଯାଇଛି। ଏହା ବ୍ୟତୀତ ସୋଲାପୁର ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।

Leave A Reply

Your email address will not be published.