ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ମିଥୁନଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱର୍ଡ

0

ନୂଆଦିଲ୍ଲୀ; ବଲିଉଡ୍ କିମ୍ଵଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି। ଭାରତୀୟ ସିନେମାରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ଫାଲକେ ସମ୍ମାନରେ ସମ୍ମାନିତ କରାଯିବ। ଟ୍ଵିଟ୍‌ରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, “ମିଥୁନ ଦା’ଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା ବହୁ ଲୋକଙ୍କୁ ପ୍ରେରଣା ଯୋଗାଏ। ଏହି ଘୋଷଣା କରିବା ମୋ ପାଇଁ ଗୌରବର ବିଷୟ।

୪୮ ବର୍ଷର ସଫଳ କ୍ୟାରିଅରରେ ୭୪ ବର୍ଷିୟ ମିଥୁନ ଚକ୍ରବର୍ତ୍ତୀଙ୍କର ହିନ୍ଦୀ ସିନେମା ଜଗତକୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ସେ ଏବେବି ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି। କୋଲକାତାର ଗଳିକନ୍ଦିରୁ ବଳିଉଡର ଡିସ୍କୋ ଡ୍ୟାନ୍ସର ହେବା ଯାଏଁ ଯାତ୍ରା ମିଥୁନଙ୍କ ପାଇଁ ଆଦୌ ସହଜ ନଥିଲା। ସିନେମାର ଉଚ୍ଚତାରେ ପହଞ୍ଚିବା ପାଇଁ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମିଥୁନ ୧୯୭୬ରେ ଏକ ଫିଲ୍ମରେ ଛୋଟ ଭୂମିକାରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରଟି ଥିଲା ‘ଦୋ ଅନଞ୍ଜାନେ’। ଏହା ପରେ ପରେ ତାଙ୍କର ଆରମ୍ଭ ହୋଇଥିଲା ସିନେମା ଜଗତର ଯାତ୍ରା।

ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ ଆୱର୍ଡ। ମିଥୁନ ନିଜର ୪୮ବର୍ଷର କ୍ୟାରିୟରେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। କେବଳ ହିନ୍ଦୀ ନୁହେଁ ବଙ୍ଗଳା, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁରସ୍କାର ପ୍ରଦାନ କରିବାକୁ ଦାଦାସାହେବ ଫାଲକେ ସିଲେକସନ ଜୁରି ଏହି ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୮ ରେ ୭୦ତମ ନ୍ୟାସନାଲ ଫିଲ୍ମ ଆୱର୍ଡ ସେରମନିରେ ଏହି ପୁରସ୍କାର ପ୍ରଦାନ କରାଯିବ।”

ସୂଚନାଯୋଗ୍ୟ ଯେ ମିଥୁନ ତାଙ୍କ ଅଭିନୟ ସହିତ ଲୋକଙ୍କ ହୃଦୟରେ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ମିଥୁନ ଏବେ ମଧ୍ୟ ଭାରତୀୟ ସିନେମାରେ ଆକ୍ଟିଭ୍‌ ଅଛନ୍ତି । ମିଥୁନ ଚକ୍ରବର୍ତ୍ତୀ ହିନ୍ଦୀ ସିନେମାର ଏମିତି ଏକ ନାମ ଯାହା ସର୍ବଦା ଲୋକଙ୍କ ମନରେ ରହିବ ।

Leave A Reply

Your email address will not be published.