ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ

0

ସମ୍ବଲପୁର:ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ । ଦୋଷୀ ପ୍ରଶାନ୍ତ ବଘାରକୁ ଫାଶି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ। ୨୦୨୨ ଜମନକିରା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ହତ୍ୟା ପାଇଁ ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ। ନାବାଳିକାକୁ ହତ୍ୟା କରିବା ପରେ କଟା ମୁଣ୍ଡ ନେଇ ଯିବାବେଳେ ଧରିଥିଲେ ଗ୍ରାମବାସୀ।

ସୂଚନା ଅନୁସାରେ, ଗତ ୨୦୨୨ ମସିହାରେ ସମ୍ବଲପୁର ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗ୍ରାମରେ ଜଣେ ନାବାଳିକାଙ୍କୁ ସେହି ଗ୍ରାମର ପ୍ରଶାନ୍ତ ବଘାର ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା। ହତ୍ୟା କରିବା ପରେ ନାବାଳିକାର ଦେହରୁ ମୁଣ୍ଡ ଅଲଗା କରି କଟାମୁଣ୍ଡ ଧରି ଗାଁରେ ବୁଲୁଥିବା ବେଳେ ଏକ ନଳକୂଅରେ ହାତ ଧୋଇବା ବେଳେ ଅଭିଯୁକ୍ତକୁ ମାଡି ବସିଥିଲେ ଗ୍ରାମବାସୀ। ଏହାପରେ ତାକୁ ପୋଲିସର ଜିମା ଦେଇଥିଲେ। ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ l ସେବେଠାରୁ ଜେଲରେ ଥିଲେ ପ୍ରଶାନ୍ତ। ଆଜି ସ୍ୱତନ୍ତ୍ର ପୋକ୍ସ କୋର୍ଟ ଏହାର ରାୟ ଶୁଣାଇଛନ୍ତି। ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ।

Leave A Reply

Your email address will not be published.