ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ

0

ସମ୍ବଲପୁର:ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶି ଦଣ୍ଡାଦେଶ । ଦୋଷୀ ପ୍ରଶାନ୍ତ ବଘାରକୁ ଫାଶି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ। ୨୦୨୨ ଜମନକିରା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, ହତ୍ୟା ପାଇଁ ଘଟଣାରେ ଗିରଫ ହୋଇଥିଲେ ପ୍ରଶାନ୍ତ। ନାବାଳିକାକୁ ହତ୍ୟା କରିବା ପରେ କଟା ମୁଣ୍ଡ ନେଇ ଯିବାବେଳେ ଧରିଥିଲେ ଗ୍ରାମବାସୀ।

ସୂଚନା ଅନୁସାରେ, ଗତ ୨୦୨୨ ମସିହାରେ ସମ୍ବଲପୁର ଜମନକିରା ଥାନା ଅନ୍ତର୍ଗତ କସଡ଼ା ଗ୍ରାମରେ ଜଣେ ନାବାଳିକାଙ୍କୁ ସେହି ଗ୍ରାମର ପ୍ରଶାନ୍ତ ବଘାର ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲା। ହତ୍ୟା କରିବା ପରେ ନାବାଳିକାର ଦେହରୁ ମୁଣ୍ଡ ଅଲଗା କରି କଟାମୁଣ୍ଡ ଧରି ଗାଁରେ ବୁଲୁଥିବା ବେଳେ ଏକ ନଳକୂଅରେ ହାତ ଧୋଇବା ବେଳେ ଅଭିଯୁକ୍ତକୁ ମାଡି ବସିଥିଲେ ଗ୍ରାମବାସୀ। ଏହାପରେ ତାକୁ ପୋଲିସର ଜିମା ଦେଇଥିଲେ। ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ l ସେବେଠାରୁ ଜେଲରେ ଥିଲେ ପ୍ରଶାନ୍ତ। ଆଜି ସ୍ୱତନ୍ତ୍ର ପୋକ୍ସ କୋର୍ଟ ଏହାର ରାୟ ଶୁଣାଇଛନ୍ତି। ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ।

Leave A Reply

Your email address will not be published.