ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

ଭୁବନେଶ୍ବର ବିମାନ ବନ୍ଦରର ପୁରୁଣା ଟର୍ମିନାଲ ପାଖରେ ହେବ ନୂଆ ଟର୍ମିନାଲ ନିର୍ମାଣ

0

ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦର ରିଭ୍ୟୁ କରିବା ପରେ ମନ୍ତ୍ରୀ କହିଛନ୍ତି- ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ। ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି। ଭୁବନେଶ୍ବରରେ ଏବେ ଯେଉଁ ଟର୍ମିନାଲ ଅଛି ସେଥିରେ ୪୦ ରୁ ୫୦ ଲକ୍ଷ କ୍ଷମତା ରହିଛି। ଆସନ୍ତା ବର୍ଷେ ମଧ୍ୟରେ ଏହାକୁ ୮୦ ଲକ୍ଷ କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲର କ୍ଷମତା ବାର୍ଷିକ ୪୦ ଲକ୍ଷ ରହିଛି। କିନ୍ତୁ ବର୍ଷକୁ ଏହି ଟର୍ମିନାଲ ଦେଇ ୫୦ ଲକ୍ଷ ଯାତ୍ରୀଙ୍କଠୁ ଅଧିକ ଯାତାୟତ କରୁଛନ୍ତି। ତେଣୁ ଏହାର କ୍ଷମତା ବଢ଼ାଇବାକୁ ଯୋଜନା ପ୍ରସ୍ତୁତ ହେଉଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୧ ମିଲିୟନ କ୍ଷମତା ବିଶିଷ୍ଟ ଏକ ନୂଆ ଟର୍ମିନାଲ ନିର୍ମିତ ହେବ । ଫଳରେ ଆହୁରି ଅଧିକ ସଂଖ୍ୟକ ଯାତ୍ରୀ ଏହି ବିମାନବନ୍ଦରରୁ ଯାତାୟତ କରି ପାରିବେ। ଏଥିସହ ଖୁବଶୀଘ୍ର ରନୱେ କ୍ୟାଟ୍ ଟୁ ଲାଇଟ୍ ବ୍ୟବସ୍ଥା ବି ହେବ । ଆଗାମୀ ମାସେ ମଧ୍ୟରେ ବହୁ କାମ ସମ୍ପନ୍ନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ 

ଗତ ଦଶ ବର୍ଷ ମଧ୍ୟରେ ଉତ୍କେଳା, ଜୟପୁର, ରାଉରକେଲା ସହରର ରିଜିଓନାଲ କନେକ୍ଟିଭିଟି ମାଧ୍ୟମରେ ଆଗକୁ ବଢ଼ିଛି । ରିଜିଓନାଲ୍ ଏୟାରପୋର୍ଟର କିଭଳି ଉନ୍ନତିକରଣ ହୋଇପାରିବ ସେନେଇ ପ୍ରଚେଷ୍ଟା କରାଯିବ। ଓଡ଼ିଶାରେ ପୁରୀ ଭଳି ଆଧ୍ୟାତ୍ମିକ ସହର ଅଛି ଏଣୁ ବିଭିନ୍ନ ସ୍ଥାନରୁ ବିମାନ ଚଳାଚଳ କରିବାକୁ ପ୍ରଚେଷ୍ଟା କରାଯିବ। ପୁରୀ ଏୟାରପୋର୍ଟ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଜମି ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଇଟ କ୍ଲିୟରାନ୍ସ ମିଳିସାରିଛି। ଆଗକୁ କିଭଳି ବଢିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ଏବଂ ଏଥିପାଇଁ ମନ୍ତ୍ରାଳୟ ସବୁ ପ୍ରକାର ସହଯୋଗ କରିବ।

Leave A Reply

Your email address will not be published.