ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପାର୍କିଂକୁ ନେଇ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଲେ ୨ ଯୁବକ

0

ମଧୁପାଟଣା: ଅଟୋ ପାର୍କିଂକୁ ନେଇ ୨ ଜଣ ମଦ୍ୟପ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଟକ ମଧୁପାଟଣା ଥାନା ଲିଙ୍କରୋଡ୍‌ ଅଞ୍ଚଳରେ ଘଟିଛି। ଆହତ ଡ୍ରାଇଭରଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ମଧୁପାଟଣା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। ଆହତ ଅଟୋ ଚାଳକ ଜଣକ ୪୨ ମୌଜା ଆବୁ ରସିର ଖାନ୍‌ ବୋଲି ଜଣାଯାଇଛି।

ଆଜି ସନ୍ଧ୍ୟା ସମୟରେ ମଧୁପାଟଣା ଛକରେ ଅଟୋ ଚାଳକ ଯାତ୍ରୀଙ୍କୁ ଅପେକ୍ଷା କରିଥିବା ବେଳେ ୨ ଜଣ ମଦୁଆ ସେଠାରେ ପହଞ୍ଚି ଥିଲେ। ଅପରାହ୍ନରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ଅଟୋ ଚାଳକ ଜଣକ ଲିଙ୍କ ରୋଡ୍‌ ଓଭରବ୍ରିଜ ତଳେ ଯାତ୍ରୀଙ୍କୁ ଅପେକ୍ଷା କରିଥିଲେ । ଯୁବକଦ୍ୱୟ ଅଟୋ ଚାଳକଙ୍କୁ ଆଗକୁ ଯାଅ ବୋଲି କହିଥିଲେ। ଯୁବକଙ୍କ ଏପରି କଥାରେ ଅଟୋ ଚାଳକ ଆଗକୁ ଯିବାକୁ ମନା କରିଥିଲେ। ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା।

ଏହାପରେ ସେମାନେ ଏକ ଧାରୁଆ ଅସ୍ତ୍ରରେ ଅଟୋ ଚାଳକଙ୍କ ବେକକୁ କାଟି ଦେଇଥିଲେ। ଚିତ୍କାର ଶୁଣି ଅଟୋ ଚାଳକମାନେ ଆସିବାରୁ ଦୁଇ ମଦୁଆ ସେଠାରୁ ଖସି ଚାଲିଯାଇଥିଲେ । ସିଟି ହସ୍ପିଟାଲ୍‌ରେ ଆହତ ଚାଳକଙ୍କ ଚିକିତ୍ସା ଚାଲିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ମଧୁପାଟଣା ଥାନା ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଦୁଇ ମଦ୍ୟପ ସ୍ଥାନୀୟ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.