ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ସ୍ବାସ୍ଥ୍ୟବସ୍ଥା ଗୁଜବକୁ ଖଣ୍ଡନ କଲେ ରତନ ଟାଟା

0

ଜାମସେଦପୁର: ୮୬ ବର୍ଷିୟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ନାଭାଲ ଟାଟାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଏବଂ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି। ତେବେ ଯାହାକୁ ଖଣ୍ଡନ କରିଛନ୍ତି ରତନ ଟାଟା। “ମୋର ଅସୁସ୍ଥତା ସମ୍ବନ୍ଧରେ ପ୍ରଚାରିତ ହେଉଥିବା ଗୁଜବ ବିଷୟରେ ମୁଁ ଅବଗତ ଅଛି। ସମସ୍ତଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ଦାବିଗୁଡ଼ିକ ଭିତ୍ତିହୀନ। ମୋର ବୟସ ଏବଂ ତତଜନିତ ମେଡିକାଲ ଚେକଅପ୍ ପାଇଁ ହେତୁ ମୁଁ ବର୍ତ୍ତମାନ ଡାକ୍ତରୀ ଯାଞ୍ଚ କରୁଛି।”

ରକ୍ତଚାପ ହ୍ରାସ ପାଇବାରୁ ଆଜି ସକାଳ ସମୟରେ ରତନ ଟାଟାଙ୍କୁ ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଆସିଥିଲା। ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରତନଙ୍କୁ ଭର୍ତ୍ତି କରାଯାଇଥିବା କୁହାଯାଇଥିଲା। କିନ୍ତୁ ଏହି ଖବରକୁ ଗୁଜବ ବୋଲି କହିଛନ୍ତି ନିଜେ ରତନ ଟାଟା। ରେଗୁଲାର ଚେକଅପ ପାଇଁ ସେ ହସ୍ପିଟାଲ ଯାଇଥିବା କହିଛନ୍ତି। ଚିନ୍ତା କରିବାର କୌଣସି କାରଣ ନାହିଁ। ତେବେ ଜନସାଧାରଣ ଏବଂ ଗଣମାଧ୍ୟମ ଭୁଲ ତଥ୍ୟ ବିସ୍ତାରରୁ ନିବୃତ୍ତ ରହିବାକୁ ସେ ଅନୁରୋଧ କରୁଛନ୍ତି।

Leave A Reply

Your email address will not be published.