ପ୍ରମୁଖ ଖବର

ତିନି ମାସ ନିଖୋଜ ଥିବା ଆଇନଜୀବୀଙ୍କ ମୃତଦେହ ପୋଖରୀରୁ ଉଦ୍ଧାର
ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବେ ନେଲେ ଶପଥ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ
ପରଲୋକରେ ଭେଟେରାନ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର

୧୩ଟି ଥାନାରେ ନାହିଁ ସିସିଟିଭି, ୪୫୬ଟି ଥାନାରେ ଅଚଳ

0

କଟକ: ଆଜି ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ହୋଇଛି। ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଛନ୍ତି ଏଡିଜି ଦୟାଲ ଗଙ୍ଗଓ୍ବାର୍। ସେ କହିଛନ୍ତି ରାଜ୍ୟର ୪୫୬ଟି ଥାନାରେ ସଠିକ ଭାବେ କାମ କରୁନି ସିସିଟିଭି। ସେହିପରି ୧୩ଟି ଥାନାରେ ସିସିଟିଭି ଆଦୌ ନଥିବା ହାଇକୋର୍ଟଙ୍କୁ ଜଣାଇଛନ୍ତି ଏଡିଜି ଦୟାଲ ଗଙ୍ଗୱାର୍‌।

ତେବେ ୧୫ ଦିନ ଭିତରେ୧୩ଟି ଥାନାରେ ସିସିଟିଭି ଲଗାଯିବ ବୋଲି ଏଡିଜେ କୋର୍ଟଙ୍କୁ ଜଣାଇଛନ୍ତି। ୧୫ ଦିନରେ ସବୁ ଥାନାର ସିସିଟିଭି କନେକସନ୍ ଏସପି ଅଫିସ୍ ରେ ରହିବ। ଏହାଦ୍ବାରା ଏସପି ନିଜେ ସବୁ ଥାନାର ସ୍ଥିତି ବିଷୟରେ ଅବଗତ ହୋଇପାରିବେ।

ଭରତପୁର ମାମଲା ପରେ ହାଇକୋର୍ଟ ରାଜ୍ୟର କେତୋଟି ଥାନାରେ ସିସିଟିଭି ଅଛି କି ନାହିଁ ସେନେଇ ସରକାରଙ୍କୁ ଜବାବ ତଲବ କରିଥିଲେ। ପରେ ଯେଉଁ ସବୁ ଥାନାରେ ସିସିଟଭି ନାହିଁ ସେହି ଥାନା ଗୁଡ଼ିକରେ ସିସିଟିଭି ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.