ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅପରାଧୀକୁ ଏନକାଉଣ୍ଟର

0

ସମ୍ବଲପୁର: ବୁର୍ଲା ପୋଲିସ ଦ୍ବାରା ପେଶାଦାର ଅପରାଧୀକୁ ଏନକାଉଣ୍ଟର। ପୋଲିସକୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅପରାଧୀ କମଲୁ ପ୍ରଧାନକୁ ଏନକାଉଣ୍ଟର କରିଛି ପୋଲିସ। କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର। ସମ୍ବଲପୁର ଜିଲ୍ଲାର କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନକୁ ଏନକାଉଣ୍ଟର। କମଲୁର ଡାହାଣ ଗୋଡ଼ରେ ବାଜିଛି ଗୁଳି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଗତ ୪ ତାରିଖରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ ପୁଲିସ କନେଷ୍ଟବଲ ସରୋଜ ଭୋଇଙ୍କ ଉପରକୁ ଆକ୍ରମଣ କରିଥିଲା କମଲୁ। ଦାମ୍ପତ୍ୟ ଝଗଡ଼ାର ସମାଧାନ ପାଇଁ ଯାଇଥିବା ବେଳେ କନଷ୍ଟେବଲଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପାପୁଲି ଛିଡ଼ାଇ ଦେଇଥିଲା। ଘଟଣାପରଠୁ ଫେରାର ଥିଲା କମଲୁ।

ପରେ ପୁଲିସ କମଲୁକୁ ଧରିବାକୁ ଚେଷ୍ଟା ଚଳାଇଥିଲା। କଟାପାଲି ନିକଟ ଜଙ୍ଗଲରେ କମଲୁ ଲୁଚି ଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇ ପୁଲିସ ଟିମ୍ ଜଙ୍ଗଲରେ ପହଞ୍ଚି ଖୋଜାଖୋଜି କରିଥିଲେ। ଜଙ୍ଗଲରେ କମଲୁକୁ ଧରି ସରେଣ୍ଡର ପାଇଁ ପୁଲିସ ପକ୍ଷରୁ କୁହାଯାଇଥିଲା। ହେଲେ କମଲୁ ପୁଲିସକୁ ଭୁଜାଲିରେ ଆକ୍ରମଣ କରିବା ଫଳରେ ପୁଲିସ ଇନ୍ସପେକ୍ଟରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ କମଲୁ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ପୁଲିସ କମଲୁକୁ ଏନକାଉଣ୍ଟର କଲା। କମଲୁ ଓ ଆହତ ଇନ୍ସପେକ୍ଟରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.