ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ଆଡମିଟ୍‌ କାର୍ଡକୁ ଡଙ୍ଗା କରି ନଦୀରେ ଭସାଇଲେ ପରୀକ୍ଷାର୍ଥୀ

0

କଟକ: ଆରଆଇ ଓ ଅମିନ ପରୀକ୍ଷା ବାତିଲ ଦାବିକୁ ନେଇ ଆଶାୟୀ ଜୋରଦାର ଆନ୍ଦୋଳନ କରୁଛନ୍ତି। କଟକରେ ପ୍ରତିବାଦ କରି ଆଡମିଟ୍‌ କାର୍ଡକୁ ଡଙ୍ଗା କରି ଆଶାୟୀ କାଠଯୋଡ଼ି ନଦୀରେ ଭସାଇଥିବା ଦେଖିବାକୁ ମିଳିଛି। ପରୀକ୍ଷା ବାତିଲ ସହ ପୁନଃ ପରୀକ୍ଷା କରିବା ଦାବିରେ ଆଶାୟୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଥିଲା। ଓଡ଼ିଶା ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ ସୁପର ଭାଇଜର, ଅମିନ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ, ଓଏସଏସଏସସି ସାଇବର କାଫେରେ ପରୀକ୍ଷା କରୁଛି। ପରୀକ୍ଷା କେନ୍ଦ୍ର ତଳେ ହୋଟେଲ ରହିଥିବାରୁ ବିନା ଆଇ କାର୍ଡରେ ଲୋକମାନେ ମନଇଚ୍ଛା ଭିତରକୁ ପ୍ରବେଶ କରୁଛନ୍ତି। ଫଳରେ ପରୀକ୍ଷାରେ ସ୍ବଚ୍ଛତା ରହୁନାହିଁ।

Leave A Reply

Your email address will not be published.