ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅପରାଧୀକୁ ଏନକାଉଣ୍ଟର

0

ସମ୍ବଲପୁର: ବୁର୍ଲା ପୋଲିସ ଦ୍ବାରା ପେଶାଦାର ଅପରାଧୀକୁ ଏନକାଉଣ୍ଟର। ପୋଲିସକୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅପରାଧୀ କମଲୁ ପ୍ରଧାନକୁ ଏନକାଉଣ୍ଟର କରିଛି ପୋଲିସ। କନଷ୍ଟେବଲଙ୍କ ପାପୁଲି ଛିଡ଼ାଇଥିବା ଅଭିଯୁକ୍ତକୁ ଏନକାଉଣ୍ଟର। ସମ୍ବଲପୁର ଜିଲ୍ଲାର କଟାପାଲି ନିକଟ ଜଙ୍ଗଲରେ ଅଭିଯୁକ୍ତ କମଲୁ ପ୍ରଧାନକୁ ଏନକାଉଣ୍ଟର। କମଲୁର ଡାହାଣ ଗୋଡ଼ରେ ବାଜିଛି ଗୁଳି। କମଲୁକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ଗତ ୪ ତାରିଖରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ ପୁଲିସ କନେଷ୍ଟବଲ ସରୋଜ ଭୋଇଙ୍କ ଉପରକୁ ଆକ୍ରମଣ କରିଥିଲା କମଲୁ। ଦାମ୍ପତ୍ୟ ଝଗଡ଼ାର ସମାଧାନ ପାଇଁ ଯାଇଥିବା ବେଳେ କନଷ୍ଟେବଲଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପାପୁଲି ଛିଡ଼ାଇ ଦେଇଥିଲା। ଘଟଣାପରଠୁ ଫେରାର ଥିଲା କମଲୁ।

ପରେ ପୁଲିସ କମଲୁକୁ ଧରିବାକୁ ଚେଷ୍ଟା ଚଳାଇଥିଲା। କଟାପାଲି ନିକଟ ଜଙ୍ଗଲରେ କମଲୁ ଲୁଚି ଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇ ପୁଲିସ ଟିମ୍ ଜଙ୍ଗଲରେ ପହଞ୍ଚି ଖୋଜାଖୋଜି କରିଥିଲେ। ଜଙ୍ଗଲରେ କମଲୁକୁ ଧରି ସରେଣ୍ଡର ପାଇଁ ପୁଲିସ ପକ୍ଷରୁ କୁହାଯାଇଥିଲା। ହେଲେ କମଲୁ ପୁଲିସକୁ ଭୁଜାଲିରେ ଆକ୍ରମଣ କରିବା ଫଳରେ ପୁଲିସ ଇନ୍ସପେକ୍ଟରଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ଏହାପରେ କମଲୁ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ପୁଲିସ କମଲୁକୁ ଏନକାଉଣ୍ଟର କଲା। କମଲୁ ଓ ଆହତ ଇନ୍ସପେକ୍ଟରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.