ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା

0

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଗତ ନିର୍ବାଚନରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ।

ଗତ ନିର୍ବାଚନରେ କଟକ-ବାରବାଟୀରୁ ସେ ପ୍ରାର୍ଥୀ ହୋଇଥିଲେ। ପୂର୍ବରୁ ସେ ୨୦୧୪ରେ କଂଗ୍ରେସ ଟିକେଟ୍‌ ରୁ ଲଢି ସାଲେପୁରରୁ ଜିତିଥିଲେ। ତେବେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ୨୦୧୯ ରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। ବେହେରା ମଧ୍ୟ ଭାଜପା ଟିକେଟରେ ସାଲିପୁରରୁ ୨୦୧୯ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ବିଜେଡିର ପ୍ରଶାନ୍ତ ବେହେରାଙ୍କ ନିକଟରୁ ପରାସ୍ତ ହୋଇଥିଲେ।

ନିଜ ଇସ୍ତଫା ପତ୍ରରେ ପ୍ରକାଶ କହିଛନ୍ତି ଯେ, ମୁଁ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ବାସ ରଖେ। ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଜଡିତ ରହିଛି, ଏଣୁ ମୁଁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ ଭାବିଲି। ଦୀର୍ଘ ୨୫ ବର୍ଷ ହେବ ଟାଙ୍ଗୀ-ସାଲେପୁର ଲୋକଙ୍କ ସହ ଯୋଡିହୋଇ ରହିଛି, ଆଗାମୀ ଦିନରେ ମଧ୍ୟ ସେମାନଙ୍କ ଋଣ ସୁଝିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

Leave A Reply

Your email address will not be published.