ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମହାଷ୍ଟମୀ ଭୋଗ ଖାଇ ପ୍ରାୟ ୧୫୦ ଅସୁସ୍ଥ

0

ପୁରୀ: ଦୁର୍ଗା ପୂଜା ଉତ୍ସବରେ ଶନିବାର ଦିନ ପ୍ରସାଦ ସେବନ କରିବା ପରେ ପୁରୀରେ ଅତି କମରେ ୧୫୦ ଲୋକ ଅସୁସ୍ଥ ହୋଇପଡିଛନ୍ତି। ପୁରୀର ଗୋପ ବ୍ଲକର ଓଟଙ୍ଗା ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ଗତ ୧୦ ତାରିଖ ରାତିରେ ମା’ ତାରାଦେଇଙ୍କ ପାଖରେ ଗ୍ରାମବାସୀଙ୍କ ପକ୍ଷରୁ ମହାଷ୍ଟମୀ ପୂଜା କରାଯାଇ ଭୋଗ କରାଯାଇଥିଲା। ଗ୍ରାମବାସୀ ମା’ଙ୍କ ଭୋଗ ଖାଇଥିଲେ। ହେଲେ ୧୧ ତାରିଖରେ ଗାଁରୁ ଜଣେ ଦୁଇ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ହେଲେ ଶନିବାର ମଧ୍ୟାହ୍ନ ବେଳକୁ ୧୦୦ରୁ ଊଦ୍ଧର୍‌ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ସମସ୍ତ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପହିଛି। ଏନେଇ ଗାଁରେ ତୁରନ୍ତ ଏକ ଡାକ୍ତରୀ ଦଳ ପହଞ୍ଚିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ବିଷୟରେ ଜାଣିବା ପରେ ଅସୁସ୍ଥ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି। ଏଥିସହିତ ବ୍ଲକ ମୁଖ୍ୟାଳୟରୁ ଏକ ସ୍ୱାସ୍ଥ୍ୟ ଦଳ ପଠାଇଥିଲେ। ଏହା ପରେ ଡାକ୍ତରଙ୍କ ଏକ ଟିମ୍ ଆଜି ସକାଳେ ଓଟଙ୍ଗା ଗ୍ରାମରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ। ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।

Leave A Reply

Your email address will not be published.