ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମହାଷ୍ଟମୀ ଭୋଗ ଖାଇ ପ୍ରାୟ ୧୫୦ ଅସୁସ୍ଥ

0

ପୁରୀ: ଦୁର୍ଗା ପୂଜା ଉତ୍ସବରେ ଶନିବାର ଦିନ ପ୍ରସାଦ ସେବନ କରିବା ପରେ ପୁରୀରେ ଅତି କମରେ ୧୫୦ ଲୋକ ଅସୁସ୍ଥ ହୋଇପଡିଛନ୍ତି। ପୁରୀର ଗୋପ ବ୍ଲକର ଓଟଙ୍ଗା ଗ୍ରାମରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ଗତ ୧୦ ତାରିଖ ରାତିରେ ମା’ ତାରାଦେଇଙ୍କ ପାଖରେ ଗ୍ରାମବାସୀଙ୍କ ପକ୍ଷରୁ ମହାଷ୍ଟମୀ ପୂଜା କରାଯାଇ ଭୋଗ କରାଯାଇଥିଲା। ଗ୍ରାମବାସୀ ମା’ଙ୍କ ଭୋଗ ଖାଇଥିଲେ। ହେଲେ ୧୧ ତାରିଖରେ ଗାଁରୁ ଜଣେ ଦୁଇ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ହେଲେ ଶନିବାର ମଧ୍ୟାହ୍ନ ବେଳକୁ ୧୦୦ରୁ ଊଦ୍ଧର୍‌ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ସମସ୍ତ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପହିଛି। ଏନେଇ ଗାଁରେ ତୁରନ୍ତ ଏକ ଡାକ୍ତରୀ ଦଳ ପହଞ୍ଚିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ବିଷୟରେ ଜାଣିବା ପରେ ଅସୁସ୍ଥ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିଛନ୍ତି। ଏଥିସହିତ ବ୍ଲକ ମୁଖ୍ୟାଳୟରୁ ଏକ ସ୍ୱାସ୍ଥ୍ୟ ଦଳ ପଠାଇଥିଲେ। ଏହା ପରେ ଡାକ୍ତରଙ୍କ ଏକ ଟିମ୍ ଆଜି ସକାଳେ ଓଟଙ୍ଗା ଗ୍ରାମରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିଲେ। ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି।

Leave A Reply

Your email address will not be published.