ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ଗୁଳି କରି ହତ୍ୟା

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ଅଜିତ ପାୱାର ଦଳର ସଦସ୍ୟ ବାବା ସିଦ୍ଦିକଙ୍କୁ ମୁମ୍ବାଇର ବାନ୍ଦ୍ରା ଠାରେ ଗୁଳିମାଡ ହୋଇଛି।ଶନିବାର ବିଳମ୍ବିତ ସନ୍ଧ୍ୟାରେ ସିଦ୍ଦିକିଙ୍କୁ ବାନ୍ଦ୍ରାରେ ଥିବା ପୁଅଙ୍କ ଅଫିସ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଗୁଳିମାଡ ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସୂଚନାନୁସାରେ, ବାନ୍ଦ୍ରା ପୂର୍ବାଞ୍ଚଳର ବିଧାୟକ ଥିବା ତାଙ୍କ ପୁଅ ଜିଶାନଙ୍କ କାର୍ଯ୍ୟାଳୟରେ ଶନିବାର ସନ୍ଧ୍ୟାରେ ସିଦ୍ଦିକଙ୍କ ଉପରେ ତିନି ରାଉଣ୍ଡ ଗୁଳିମାଡ ହୋଇଥିଲା। ସେ ଲୀଳାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ଘଟଣାରେ ଜଡିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବାନ୍ଦ୍ରା ପଶ୍ଚିମରୁ ତିନିଥର ବିଧାୟକ ଥିବା ସିଦ୍ଦିକ ୪୮ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିଲେ ଏବଂ ଫେବୃଆରୀରେ ଦଳ ଛାଡି ଅଜିତ ପାୱାରଙ୍କ ଏନସିପିରେ ଯୋଗ ଦେଇଥିଲେ। ଅଗଷ୍ଟରେ ଜିଶାନ ସିଦ୍ଦିକଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା।

Leave A Reply

Your email address will not be published.