ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଯୋଶୀମଠ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟଙ୍କ ସମେତ ୫ ଜଣ ଯାତ୍ରୀ ଅଛନ୍ତି। ହେଲିକପ୍ଟରଟି ବଦ୍ରିନାଥ ଧାମରୁ ଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଟ୍ରାନ୍ସ ଭାରତ କମ୍ପାନୀର ହେଲିକପ୍ଟରଟି ଯୋଶୀମଠର ମାରୱାଡ଼ି ଅଞ୍ଚଳ ନିକଟ ଚାୟ ଗାଁ ପାହାଡ଼ ପାଖରେ ଥିବା ସମୟରେ ହଠାତ୍ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ଖବର ପାଇ ପ୍ରଶାସନିକ ଟିମ୍ ଘଟଣାସ୍ଥଳକୁ ପହଞ୍ଚିଥିଲା। ଚମୋଲିର ଅତିରିକ୍ତ ଜିଲ୍ଲାପାଳ ବିବେକ ପ୍ରକାଶଙ୍କ ସୂଚନା ଅନୁଯାୟୀ, ହେଲିକପ୍ଟରର ସନ୍ଧାନ ପାଇଁ ଅଞ୍ଚଳରେ ସର୍ଚ୍ଚ ଓ ରେସ୍କ୍ୟୁ ଅଭିଯାନ ଚାଲିଥିଲା। ତେବେ ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।