ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାଜପାର ଦିଲ୍ଲୀ ନିର୍ବାଚନ ଇନଚାର୍ଜ ହେଲେ ବୈଜୟନ୍ତ ପଣ୍ଡା

0

ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ନିର୍ବାଚନ ଏନେଇ ଏମ୍‌ପି ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଇଛି ଭାଜପା। ଦିଲ୍ଲୀ ନିର୍ବାଚନ ଇନଚାର୍ଜ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ବୈଜୟନ୍ତଙ୍କୁ ଇନଚାର୍ଜ ଭାବେ ନିଯୁକ୍ତି କରିଛି। ସେହିପରି ଏମ୍‌ପି ଅତୁଲ ଗର୍ଗଙ୍କୁ ସହକାରୀ ଇନଚାର୍ଜ ଭାବେ ମଧ୍ୟ ନିଯୁକ୍ତି ମିଳିଛି। ଉଭୟଙ୍କୁ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଇଛନ୍ତି।

ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଅଛି। ସେଥିପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶାସନ କ୍ଷମତାରେ ଥିବା ଆପ ଲଗାତାର ଭାବେ ସଭା ଓ ରୋଡ ଶୋ’ କରୁଥିବା ବେଳେ ଭାଜପା ମଧ୍ୟ ନିଜର ରଣନୀତି ପ୍ରସ୍ତୁତି କରିଦେଇଛି।

Leave A Reply

Your email address will not be published.