ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

୩ ଦିନିଆ ରିମାଣ୍ଡରେ ଯିବେ ୬ ଠକ

0

ଭୁବନେଶ୍ବର: ଭୁବନେଶ୍ବରରେ ଫେକ୍ କଲ୍ ସେଣ୍ଟର ଠାବ ଘଟଣାରେ ଗିରଫ ୬ ସାଇବର ଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୋଲିସ। ସାରା ଦେଶରେ ଠକେଇର ତଦନ୍ତ ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ୍। ଟିମ୍‌ରେ ସାଇଣ୍ଟିଫିକ୍ ଓ ଟେକ୍ନିକାଲ୍ ଅଫିସର୍ ସାମିଲ୍‌ ହୋଇଛନ୍ତି। କୋର୍ଟରୁ ଅନୁମତି ନେଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୁଲିସ। ଏଥିସହ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତଙ୍କ ଘର କୋଲକାତା ଯାଇ ତଦନ୍ତ କରିବ।

ସୂଚନା ଅନୁସାରେ, ଗତ ୧୬ ଅକ୍ଟୋବରରେ ଭୁବନେଶ୍ବର ସୁନ୍ଦରପଦାରେ ଫେକ୍ କଲ୍ ସେଣ୍ଟର ଠାବ କରିଥିଲା କମିଶନରେଟ ପୋଲିସ। ଉକ୍ତ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ l ଗତକାଲି ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କମିଶନରେଟ ପୋଲିସ ଆବେଦନ କରିଥିବା ବେଳେ କୋର୍ଟ ୩ ଦିନିଆ ରିମାଣ୍ଡପାଇଁ ଅନୁମତି ଦେଇଛି। ଅନୁମତି ମିଳିବା ପରେ କୋଲକାତା ଯାଇ ତଦନ୍ତ ଆରମ୍ଭ କରିବ ସ୍ପେଶାଲ ଟିମ୍।

ଫେକ୍ କଲ୍ ସେଣ୍ଟର କରି ଅଭଯୁକ୍ତମାନେ ଓଡ଼ିଶା ସହ ସମଗ୍ର ଦେଶରେ ଠକେଇ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଗଠନ କରିଛି କମିଶନରେଟ୍‌ ପୁଲିସ୍। ସଫ୍ଟୱେର ପ୍ରଡକ୍ଟ ବା ଆଣ୍ଟି ଭାଇରସ ଅପଲୋଡ୍ କରିବାକୁ କହି ଆମେରିକାର କିଛି ଲୋକଙ୍କୁ ମଧ୍ୟ ଚୁନା ଲଗାଇଥିଲେ ଏହି ଠକ । ଗିରଫ ୬ ଅଭିଯୁକ୍ତ ମାନେ ବେଶ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱର ସୁନ୍ଦରପଦାର କାଞ୍ଚନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାର ଏକ ଫ୍ଲାଟରେ ଫେକ୍ କଲ ସେଣ୍ଟର ଚଲାଇଥିଲେ।

Leave A Reply

Your email address will not be published.