ପ୍ରମୁଖ ଖବର

ଭୁବନେଶ୍ୱରର ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସରେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
ଅଣ୍ଡରୱେଟ୍ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ଖର୍ଚ୍ଚ, ପ୍ରତିଦିନ ମିଳିବ ୧୮ ଟଙ୍କାର ପୋଷଣ
ପିପିଲିରେ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଜବତ
ଏସଟି, ଏସସି ଓ ଏସିବିସି ପାଇଁ ସଂରକ୍ଷଣ ବୃଦ୍ଧି, ୨୦୨୬-୨୭ରୁ ଲାଗୁ ହେବ ନୂଆ ନୀତି
ପୁଣି ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟକୁ ଝଟକା
ମଦର ଡେରୀର ନୂଆ ପଦକ୍ଷେପ: ମାଟିରେ ମିଶିଯିବ କ୍ଷୀର ପାଉଚ୍
ବିଜେପି ଛାଡ଼ିଲେ କେ. ଆନ୍ନାମଲାଇ, ଶୀଘ୍ର ଗଠନ କରିପାରନ୍ତି ନୂଆ ଆଞ୍ଚଳିକ ଦଳ

ସରକାର ରବି ଫସଲଗୁଡ଼ିକର ବଢ଼ାଇଲେ ଏମଏସପି

0

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି
ନୂଆଦିଲ୍ଲୀ; କୃଷକମାନଙ୍କୁ ଦୀପାବଳି ଭେଟି ଦେଇଛନ୍ତି ମୋଦି ସରକାର। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନେକ ନିଷ୍ପତ୍ତିରେ ମୋହର ମାରିଛନ୍ତି ସରକାର।

କ୍ୟାବିନେଟ ବୈଠକରେ ରବି ଫସଲଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି ପ୍ରସ୍ତାବ ଉପରେ ମୋହର ବାଜିଛି । ୨୦୨୫-୨୬ ସିଜିନ ପାଇଁ ବିଭିନ୍ନ ପ୍ରକାରର ରବି ଫସଲର ଏମଏସ୍‌ପି ବୃଦ୍ଧି କରାଯାଇଛି । ଏଥିରେ ଗହମ କୁଇଣ୍ଟାଲ ପିଛା ୧୫୦ ଟଙ୍କା, ସୋରିଷ ୩୦୦ ଟଙ୍କା ପ୍ରତି କୁଇଣ୍ଟାଲ ବୃଦ୍ଧି କରାଯାଇଛି। ସେହିପରି କୁସୁମ ଉପରେ ସରକାର ୧୪୦ ଟଙ୍କା ବୃଦ୍ଧି କରିବା ଫଳରେ ଚାଷୀମାନେ ଏବେ କୁସୁମ କୁଇଣ୍ଟାଲ ପ୍ରତି ୫୯୪୦ ଟଙ୍କାରେ ବିକ୍ରି କରିବେ ।

ରିପୋର୍ଟ ଅନୁସାରେ ୨୦୨୫-୨୬ ସିଜିନ୍ ପାଇଁ ଏହି ନୁନ୍ୟତମ ସହାୟତା ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହା ମୁତାବିକ ଗହମ ମୂଲ୍ୟ ୧୫୦ ଟଙ୍କା ବୃଦ୍ଧି ପାଇ ପ୍ରତି କୁଇଣ୍ଟାଲ ୨୪୨୫ ଟଙ୍କା ହୋଇଛି। ସୋରିଷ ପ୍ରତି କୁଇଣ୍ଟାଲ ୩୦୦ ଟଙ୍କା ବୃଦ୍ଧି ପାଇ ୫,୯୫୦ ଟଙ୍କା ହୋଇଛି। ଚଣା କୁଇଣ୍ଟାଲ ପିଛା ୨୧୦ ଟଙ୍କା ବୃଦ୍ଧି ପାଇ ୫୬୫୦ ଟଙ୍କା ହୋଇଛି। ଏହାବାଦ ମସୁର ଉପରେ ୨୭୫ ଟଙ୍କା ପ୍ରତି କୁଇଣ୍ଟାଲ ବୃଦ୍ଧିପାଇ ୬୭୦୦ ଟଙ୍କା ପ୍ରତି କୁଇଣ୍ଟାଲ ହୋଇଛି।

Leave A Reply

Your email address will not be published.