ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

0

ନୂଆଦିଲ୍ଳୀ; ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ଦୀର୍ଘ ୨୮ ମାସ ହେଲା ସେ ଜେଲରେ ଥିଲେ। ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜୈନଙ୍କୁ ଦୀର୍ଘ ଦିନ ହେଲା ଜେଲରେ ଅଟକ ରଖାଯିବା ସମ୍ପର୍କରେ ଜାମିନ ପ୍ରଦାନ କରିବା ବେଳେ କୋର୍ଟ କହିଥିଲେ। ତାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି।

ମନି ଲଣ୍ଡରିଂ ମାମଲାରେ ଜୈନଙ୍କୁ ୨୦୨୨ ମସିହା ମେ’ ୩୦ ତାରିଖରେ ଇଡି ଗିରଫ କରିଥିଲା। ଗିରଫ ପରଠାରୁ ବାରମ୍ବାର ଜାମିନ ଆବେନ କରି ମଧ୍ୟ ଜାମିନ ମିଳିନଥିଲା। କୋର୍ଟ ଆଜି ରାୟ ଦେବା ବେଳେ ବ୍ୟକ୍ତିଗତ ସ୍ୱତନ୍ତ୍ରତାକୁ ଗୁରୁତ୍ୱ ଦେଇ ପିଏମଏଲଏ ଭଳି କଠୋର ଆଇନ ସହ ଜଡ଼ିତ ମାମଲାରେ ସ୍ଵତନ୍ତ୍ରତାର ବହୁତ ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା।

ତେବେ ଦୀର୍ଘ ଦିନ ହେଲା ଜେଲରେ ରହିବା କାରଣରୁ କୋର୍ଟ ଜୈନଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ବଳରେ ଜାମିନ ଦେଇଥିଲେ। ଜାମିନ ସମୟରେ କିଛି ସର୍ତ୍ତ ରଖିଛନ୍ତି କୋର୍ଟ। ଜାମିନରେ ସମୟରେ ସେ ମାମଲା ସହ ଜଡ଼ିତ କୌଣସି ସାକ୍ଷୀ କିମ୍ବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ପାରିବେ ନାହିଁ। ସେହିପରି ଟ୍ରାଏଲକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ। ଜୈନ କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଯାତ୍ରା ମଧ୍ୟ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଜାମିନ ପ୍ରଦାନ କରାଯାଇଛି। କେବଳ ସତ୍ୟେନ୍ଦ୍ର ଜୈନ ଜେଲରେ ଥିଲେ। ତାଙ୍କ ବ୍ୟତୀତ ଆମ ଆଦମୀ ପାର୍ଟିର ସମସ୍ତ ବଡ ନେତା ଜେଲରୁ ବାହାରିଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଏମପି ସଞ୍ଜୟ ସିଂ କୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି।

Leave A Reply

Your email address will not be published.