ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ଜାମିନ

0

ନୂଆଦିଲ୍ଳୀ; ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ଦୀର୍ଘ ୨୮ ମାସ ହେଲା ସେ ଜେଲରେ ଥିଲେ। ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜୈନଙ୍କୁ ଦୀର୍ଘ ଦିନ ହେଲା ଜେଲରେ ଅଟକ ରଖାଯିବା ସମ୍ପର୍କରେ ଜାମିନ ପ୍ରଦାନ କରିବା ବେଳେ କୋର୍ଟ କହିଥିଲେ। ତାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି।

ମନି ଲଣ୍ଡରିଂ ମାମଲାରେ ଜୈନଙ୍କୁ ୨୦୨୨ ମସିହା ମେ’ ୩୦ ତାରିଖରେ ଇଡି ଗିରଫ କରିଥିଲା। ଗିରଫ ପରଠାରୁ ବାରମ୍ବାର ଜାମିନ ଆବେନ କରି ମଧ୍ୟ ଜାମିନ ମିଳିନଥିଲା। କୋର୍ଟ ଆଜି ରାୟ ଦେବା ବେଳେ ବ୍ୟକ୍ତିଗତ ସ୍ୱତନ୍ତ୍ରତାକୁ ଗୁରୁତ୍ୱ ଦେଇ ପିଏମଏଲଏ ଭଳି କଠୋର ଆଇନ ସହ ଜଡ଼ିତ ମାମଲାରେ ସ୍ଵତନ୍ତ୍ରତାର ବହୁତ ଆବଶ୍ୟକତା ରହିଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ଜାମିନ ଆବେଦନକୁ ଇଡି ବିରୋଧ କରିଥିଲା।

ତେବେ ଦୀର୍ଘ ଦିନ ହେଲା ଜେଲରେ ରହିବା କାରଣରୁ କୋର୍ଟ ଜୈନଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ବଳରେ ଜାମିନ ଦେଇଥିଲେ। ଜାମିନ ସମୟରେ କିଛି ସର୍ତ୍ତ ରଖିଛନ୍ତି କୋର୍ଟ। ଜାମିନରେ ସମୟରେ ସେ ମାମଲା ସହ ଜଡ଼ିତ କୌଣସି ସାକ୍ଷୀ କିମ୍ବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ପାରିବେ ନାହିଁ। ସେହିପରି ଟ୍ରାଏଲକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ। ଜୈନ କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଯାତ୍ରା ମଧ୍ୟ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଜାମିନ ପ୍ରଦାନ କରାଯାଇଛି। କେବଳ ସତ୍ୟେନ୍ଦ୍ର ଜୈନ ଜେଲରେ ଥିଲେ। ତାଙ୍କ ବ୍ୟତୀତ ଆମ ଆଦମୀ ପାର୍ଟିର ସମସ୍ତ ବଡ ନେତା ଜେଲରୁ ବାହାରିଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଏମପି ସଞ୍ଜୟ ସିଂ କୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି।

Leave A Reply

Your email address will not be published.