ପ୍ରମୁଖ ଖବର

ଭୁବନେଶ୍ୱରର ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସରେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
ଅଣ୍ଡରୱେଟ୍ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ଖର୍ଚ୍ଚ, ପ୍ରତିଦିନ ମିଳିବ ୧୮ ଟଙ୍କାର ପୋଷଣ
ପିପିଲିରେ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଜବତ
ଏସଟି, ଏସସି ଓ ଏସିବିସି ପାଇଁ ସଂରକ୍ଷଣ ବୃଦ୍ଧି, ୨୦୨୬-୨୭ରୁ ଲାଗୁ ହେବ ନୂଆ ନୀତି
ପୁଣି ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟକୁ ଝଟକା
ମଦର ଡେରୀର ନୂଆ ପଦକ୍ଷେପ: ମାଟିରେ ମିଶିଯିବ କ୍ଷୀର ପାଉଚ୍
ବିଜେପି ଛାଡ଼ିଲେ କେ. ଆନ୍ନାମଲାଇ, ଶୀଘ୍ର ଗଠନ କରିପାରନ୍ତି ନୂଆ ଆଞ୍ଚଳିକ ଦଳ

କର୍କଟ ଚିକିତ୍ସା ନିମନ୍ତେ ଦକ୍ଷିଣ ଓଡ଼ିଶାରେ ନୂତନ ସୁବିଧା ଉପଲବ୍ଧ

0

ବ୍ରହ୍ମପୁର ସମ୍ ହସ୍ପିଟାଲ୍‌ରେ କେମୋଥେରାପି ଚିକିତ୍ସା ଆରମ୍ଭ
ଭୁବନେଶ୍ୱର, ଅକ୍ଟୋବର ୧୭: ଦକ୍ଷିଣ ଓଡ଼ିଶାରେ ଉନ୍ନତ ମାନର ଅତ୍ୟାଧୁନିକ କର୍କଟ ଚିକିତ୍ସା ନିମନ୍ତେ ବ୍ରହ୍ମପୁରର ଶୀତଳାପଲ୍ଲୀ ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ-କ୍ୟାମ୍ପସ ୩ରେ କର୍କଟ ରୋଗୀମାନଙ୍କ ନିମନ୍ତେ କେମୋଥେରାପି ଚିକିତ୍ସା ପ୍ରଦାନ ଆରମ୍ଭ କରାଯାଇଛି । ଏହି ପ୍ରୟାସ ଆରମ୍ଭ ହେବା ଦ୍ୱାରା ସଂପୃକ୍ତ ଅଂଚଳର ରୋଗୀମାନଙ୍କୁ ଦୂରସ୍ଥାନକୁ ଯିବାକୁ ପଡ଼ିବ ନାହିଁ । ସେମାନଙ୍କ ପରିବାରର ଆର୍ଥକ ବୋଝ ହ୍ରାସ ପାଇବା ସହ ସେମାନେ ନିଜ ଅଂଚଳରେ ହିଁ ଅତ୍ୟାଧୁନିକ କର୍କଟ ଚିକିତ୍ସା ପାଇପାରିବେ । ଏଠାରେ କେମୋଥେରାପି ଚିକିତ୍ସା ମିଳିବା ଦ୍ୱାରା ରୋଗୀମାନଙ୍କର ଯେ କେବଳ ସମୟ ଏବଂ ଟଙ୍କା ସଂରକ୍ଷିତ ହୋଇପାରିବ ତାହା ନୁହେଁ ବରଂ ଉପଯୁକ୍ତ ସମୟରେ ସେମାନେ ପ୍ରଭାବପୂର୍ଣ୍ଣ କର୍କଟ ଚିକିତ୍ସା ପାଇପାରିବେ ।

ଶୀତଳାପଲ୍ଲୀ ସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ମାଗଣା କର୍କଟ ଚିକିତ୍ସାର ପରାମର୍ଶ ଦିଆଯାଉଛି । ଅଙ୍କୋଲୋଜି ମେଡିସିନ ବିଭାଗର ପରାମର୍ଶ ଶନିବାର ଆୟୋଜନ କରାଯାଉଥିବା ବେଳେ ଅଙ୍କୋଲୋଜି ସର୍ଜରୀ ବିଭାଗର ପରାମର୍ଶ ଶିବିର ରବିବାର ଦିନ ଉପଲବ୍ଧ ହେଉଛି । ରୋଗୀମାନଙ୍କୁ ଚିକିତ୍ସାର ଦିଗ, ଉପଦେଶ, ଅସ୍ତ୍ରୋପଚାର ଏବଂ କେମୋଥେରାପିର ଯୋଜନା ସମ୍ପର୍କରେ ଉପଯୁକ୍ତ ଦିଗଦର୍ଶନ ଦେବା ହିଁ ଏହି ମାଗଣା ପରାମର୍ଶ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବପ୍ରସାଦ ଦାଶ କହିଛନ୍ତି । ହସ୍ପିଟାଲ୍‌ର ଅଙ୍କୋଲୋଜି ଟିମ୍‌ରେ ଉଚ୍ଚ ଅନୁଭୂତି ସମ୍ପନ୍ନ ଡାକ୍ତରମାନେ ରହିଥିବା ବେଳେ ସେମାନେ ପ୍ରତ୍ୟେକ ରୋଗୀଙ୍କର ଚିକିତ୍ସା ଓ ଯତ୍ନ ନେଉଛନ୍ତି । ବର୍ତମାନ କେମୋଥେରାପି ଚିକିତ୍ସା ଆରମ୍ଭ ହେବା ପରେ ରୋଗୀମାନେ କର୍କଟର ସମସ୍ତ ପ୍ରକାର ଚିକିତ୍ସା ଏଠାରେ ପାଇପାରିବେ ।

ପ୍ରଥମ ଥର ପାଇଁ ଜଣେ ୨୫ ବର୍ଷୀୟ ଯୁବକଙ୍କର ଏହି ଡାକ୍ତରଖାନାରେ ଷ୍ଟେଜ୍ ୩ ରେକ୍ଟାଲ୍ କର୍କଟ ହୋଇଥିବା ଜଣା ପଡ଼ିବା ପରେ ଚିକିତ୍ସା ଆରମ୍ଭ ହୋଇଛି । ତାଙ୍କର ଉଭୟ କେମୋଥେରାପି ଓ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିବା ବେଳେ ପ୍ରଥମ ସ୍ତରର କେମୋଥେରାପି ପରେ ରୋଗୀଙ୍କୁ ବର୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସାର ଆବଶ୍ୟକତା ଅନୁଯାୟୀ କେମୋଥେରାପି ଏବଂ ଟାର୍ଗେଟେଡ୍ ଥେରାପି ଗୋଟିଏ ଛାତ ତଳେ ପ୍ରଦାନ କରାଯାଇପାରିବ ବୋଲି ଶ୍ରୀ ଦାଶ କହିଛନ୍ତି ।

Leave A Reply

Your email address will not be published.